Only for Entertainment

ମୁଁ ଚାହେଁ ଲୋକେ ମୋତେ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ନ ଡାକନ୍ତୁ : ନିହାର ପାଣ୍ଡ୍ୟା

Bollywood Bubble
33

କଙ୍ଗନା ରଣାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରୁ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା ନିହାର ପାଣ୍ଡ୍ୟା । ଏହା ସହିତ ଆଗାମୀ ମାସରେ ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ୍ସ ବୟଫ୍ରେଣ୍ଡ ରହିଥିବା ନିହାର ପ୍ରସିଦ୍ଧ ଗାୟିକା ନୀତି ମୋହନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେ ଦୀପିକାଙ୍କ ସହିତ ତାଙ୍କର ସମ୍ବନ୍ଧ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି ଦୀପିକାଙ୍କୁ ନେଇ ତାଙ୍କ ମନରେ କୌଣସି ଅଭିଯୋଗ ନାହିଁ ଏବଂ ରାଗ ମଧ୍ୟ ନାହିଁ । ଏହା ସହିତ ସେ ଦୀପିକାଙ୍କୁ ସଫଳ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।

ଏହା ବ୍ୟତିତ ସେ କହିଛନ୍ତି ଯେ, ସେ ଚହୁଁ ନାହାଁନ୍ତି ବିବାହ ଦିନ ନ୍ୟୁଜ ହେଡଲାଇନରେ ଚର୍ଚ୍ଚା ହେଉ ଯେ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବିବାହ । କାରଣ ସେ ନିଜର ପରିଚୟ ବନାଇବା ରେ ବିଶ୍ୱାସ ରଖିଥାନ୍ତି ।

nihar-neeti

କହିରଖୁଛୁ ଯେ, ନୀତି ମୋହନ ଏବଂ ନିହାର ପରସ୍ପରକୁ ୪ ବର୍ଷ ହେବ ଡେଟ କରୁଛନ୍ତି କିନ୍ତୁ ନିଜ ରିଲେସନସିପକୁ ନେଇ ଦୁହେଁ କେବେ ସ୍ୱିକାର କରିନାହାଁନ୍ତି । ନିହାର ଏବଂ ନୀତି ୧୫ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି । ନୀତି ବଲିଉଡରେ ଅନେକ ଗୀତ ଗାଇଛନ୍ତି । ଅନ୍ୟପକ୍ଷକେ ତାକଙ୍କ ଭଉଣୀ ଶକ୍ତି ମୋହନ ମଧ୍ୟ ବଲିଉଡର ଜମେ ଜଣା ଶୁଣା କେରିଓଗ୍ରାଫର ।

ନିହାରଙ୍କ ଫିଲ୍ମ ମଣିକର୍ଣ୍ଣିକା ୨୫ ଜାନୁଆରୀରେ ରିଲିରଜ ହେବାକୁ ଯାଉଛି । ଫିଲ୍ମରେ କଙ୍ଗନା ରାଣୀ ଲକ୍ଷ୍ମୀବାଇ ଭୂମିକାରେ ନଜର ଆସିବେ । ତେବେ ଫିିଲ୍ମକୁ ନେଇ କିଛି ବିବାହ ଦେଖାଯାଇଥିବା ବେଳେ ସମସ୍ତେ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More