Only for Entertainment

ନିକିତାଙ୍କ ମୃତ୍ୟୁରେ ଗିରଫ ହେଲେ ସ୍ୱାମୀ ଲିପନ ।

IBTimes India
29

ସ୍ୱାମୀ ନେଇଗଲା ଜୀବନ । ଓଲିଉଡ୍ ତଥା ସିରିଏଲ ଅଭିନେତ୍ରୀ ଲଷ୍ମୀପ୍ରିୟା ବେହେରା ଓରଫ ନିକିତା ମୃତ୍ୟୁ ମାମଲାରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ । ନିକିତାଙ୍କ ବାପା, ତାଙ୍କ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ ଚାଉଳିଆଗଂଜ ଥାନା ପୋଲିସ ନିକିତାଙ୍କ ସ୍ୱାମୀ, ଲିପନ ସାହୁଙ୍କୁ ପଚରାଉଚରା କରୁଥିଲା । ତେବେ ତାଙ୍କ ଠାରୁ ସନ୍ତୋଷଜନକ ଉତର ନପାଇବାରୁ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ନିକିତାଙ୍କ ସ୍ୱାମୀ ଲିପୁନ୍ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଥିଲେ ନିକିତାଙ୍କ ବାପା ସନାତନ ବେହେରା । ଏହାପରେ ୩ଟି ଟିମ୍ ଗଠନ କରି ପୋଲିସ ଘଟଣାର ତଦନ୍ତ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More