Only for Entertainment

ପ୍ରିୟଙ୍କାଙ୍କ ବିବାହରେ ଅତିଥିଙ୍କ ପାଇଁ ହେଲା ଖାସ ଆୟୋଜନ,ଏହିଭଳି ପହଂଚିବେ ବିଦେଶୀ ବନ୍ଧୁ । ମୁଖ୍ୟ ଆକର୍ଷଣ ସାଜିବେ ପିଏମ ମୋଦି ଏବଂ ମେଗନ ମର୍କଲ ।

OTV
27

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବାହାଘରକୁ ନେଇ ଆସିଛି ତାଜା ଖବର ।ଏହି ସେଲିବ୍ରେଟି ମ୍ୟାରେଜ ଯୋଧପୁର ଉମେଦ ଭବନରେ ଆୟୋଜିତ ହେବ ।ତେବେ ବାହାଘରରେ ଯୋଗଦେବାକୁ ଥିବା ହାଇଫ୍ରୋପାଇଲ ଅତିଥିଙ୍କ ପାଇଁ ପ୍ୟାଲେସ ଉପରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡ କରାଯିବ ବୋଲି ଜଣାପଡିଛି । ଅତିଥିମାନେ ଯୋଧପୁର ବିମାନବନ୍ଦରରେ ପହଁଚିବା ପରେ ହେଲିପକ୍ଟର ଯୋଗେ ଉମେଦ ଭବନ ପ୍ୟାଲେସକୁ ଯିବେ । ଏଥିସହ ଉମେଦ ଭବନର ସୁରକ୍ଷାବ୍ୟବସ୍ଥା ଦ୍ୱିଗୁଣା ଅଧକ ବୃଦ୍ଧି କରାଯାଇଛି ।

ବାହାଘର ପାଇଁ କେବଳ ୨୦୦ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।ଅନ୍ୟପଟେ ସୂଚନା ରହିଛି କି ଦୀପବୀରଙ୍କ ପରି ପ୍ରିୟଙ୍କା ଓ ନିକ ମଧ୍ୟ ଦୁଇଟି ରୀତୀନୀତିରେ ବିବାହ କରିବେ ।୨ ତାରିଖରେ ହିନ୍ଦୁ ଓ ୩ ତାରିଖରେ କ୍ୟାଥଲିକ ରୀତୀନିତିରେ ବାହାଘର ହେବା ନେଇ ସୂଚନା ରହିଛି ।ତେବେ ପ୍ରିୟଙ୍କାଙ୍କ ବାହଘରେ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟିଶ ରାଜପରିବାର ବୋହୂ ମେଗନ ମାର୍କଲ ମୁଖ୍ୟ ଆର୍କଷଣ ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More