Only for Entertainment

ପୂରଣ ହେଲା ନିକ୍ୟଙ୍କାଙ୍କ ସ୍ୱପ୍ନ,ସମ୍ପନ୍ନ ହେଲା ବିବାହ କାର୍ଯ୍ୟ ।

youtube
25

ପୂରଣ ହେଲା ନିକ୍ୟଙ୍କାଙ୍କ ସ୍ୱପ୍ନ,ସମ୍ପନ୍ନ ହେଲା ବିବାହ କାର୍ଯ୍ୟ ।ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

ନିକ୍‌ ଓ ପ୍ରିୟଙ୍କାଙ୍କ କ୍ୟାଥଲିକ ରୀତିନୀତି ଅନୁଯାୟୀ ବିବାହ ଯୋଧପୁରର ଉମେଦ ଭବନ ପ୍ୟାଲେସ୍‌ରେ ଆୟୋଜିତ ହୋଇଛି।ଆଜି ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ ସମ୍ପନ୍ନ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରିୟଙ୍କା ଚୋପ୍ରା ନିଜ ବିବାହ ଫଟୋ ଓ ଭିଡିଓ ଯେପରି ଲିକ୍‌ ହୋଇ ନଯାଏ ସେନେଇ ଟିକନିଖ୍‌ ଧ୍ୟାନ ଦେଇଛନ୍ତି। ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହର ଦୁଇଘଣ୍ଟା ପରେ ରାତି ୯ଟା ସମୟରେ ଦୀପବୀରଙ୍କ ରିସେପ୍‌ସନ୍‌ ଅଛି। ଏହି ରିସେପସନ୍‌ ଗ୍ରାଣ୍ଡ ହୋଟେଲରେ ଥିବା ସୂଚନା ମିଳିଛି। ପ୍ରିୟଙ୍କାଙ୍କ କ୍ୟାଥଲିକ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହେବା ପରେ ତାଙ୍କର ହଳଦୀ ହେବ ଓ ଅତିଥିଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ବି ଆୟୋଜନ କରାଯାଇଛି। ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ଭୋଜିକୁ ବହୁ ନାମୀଦାମୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ଦୁହିଁଙ୍କ ସାକ୍ଷାତ ଗତବର୍ଷ ମେଟ ଗାଲା ଇଭେଣ୍ଟରେ ହୋଇଥିଲା। ସେବେଠାରୁ ଦୁହେଁଦୁହିଁଙ୍କ ଭଲ ବନ୍ଧୁ ରହି ଆସିଥିଲେ ଓ ପରେ ବିବାହ କରିବେ ବୋଲି ସ୍ଥିର କରିିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More