Only for Entertainment

ରିଲିଜ ହେଲା ‘ନିମକି-ନିମପୁର୍ ରୁ ନବିନ ନିବାସ’ଫିଲ୍ମ ଗୀତ, ଛୋଟ ମୋର ଗାଁ ଟି ଗୀତକୁ କରାଯାଇଛି ରିକ୍ରିଏଟ !

104

ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏକ ଭିନ୍ନ ଚରିତ୍ର ଦେଖିବାକୁ ମିଳିବ ଆଗାମୀ ଫିଲ୍ମ ‘ନିମକି-ନିମପୁର୍ ରୁ ନବିନ ନିବାସ’ରେ । ଏହି ଆଗାମୀ ସିନେମାର ପ୍ରଥମ ଗୀତ ‘ଛୋଟ ମୋର ଗାଁ ଟି’ ମୁକ୍ତିଲାଭ କରିଛି । କ୍ଲାସିକ୍ ଓଡିଆ ଗୀତ ଛୋଟ ମୋର ଗାଁ କୁ ମେକର୍ ପୁଣିଥରେ ରିକ୍ରିଏଟ୍ କରିଛନ୍ତି ଏହି ସିନେମା ପାଇଁ । ଆଉ ଏହି ନୂଆ ଭର୍ସନ୍ ଗୀତରେ ଶୁଣିବାକୁ ମିଳିଛି ସୋହିନି ମିଶ୍ରଙ୍କ ଆକର୍ଷଣୀୟ ଗାୟିକି ।

ପୁଣି ଥରେ ଶୁଣିବାକୁ ମିଳିଛି ଗାଁର ମାଟି, ପାଣି ପବନ ଗାଥା । ପୁଣି ଥରେ ମନ ଛୁଇଁଛି ‘ଛୋଟ ମୋର ଗାଁ ଟି’ । ଆଗାମୀ ଓଡିଆ ଚଳଚ୍ଚିତ୍ର ନିମ୍କି – ନିମପୁର୍ ରୁ ନବିନ୍ ନିବାସରେ ସ୍ଥାନ ପାଇବାକୁ ଯାଉଛି ଏହି ମନଛୁଆଁ ଗୀତ । ଛୋଟିଆ ଗାଁର ସାଧାରଣ ଝିଅ ନିମକିର ଅସାଧାରାଣ ଯାତ୍ରାକୁ ନେଇ ଗତିଶୀଳ ହୋଇଛି ଫିଲ୍ମ । ସିନେମାରେ ନିମ୍କି ଚରିତ୍ରରେ ଅଭିନୟ କରିଛନ୍ତି ଲୋକପ୍ରିୟ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଗୀତଟି ଏବେ ମୁକ୍ତିଲାଭ କରିଛି । ଗୀତଟିକୁ ରଚନା କରିଛନ୍ତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ରାଉତରାୟ । କମ୍ପୋଜିସନ୍ ଦୀପକ୍ କର ଦେଇଥିବାବେଳେ, ରିମେକ୍ ଭର୍ସନ୍ ଗୀତରେ କଣ୍ଠଦାନ କରିଛନ୍ତି ସୋହିନି ମିଶ୍ର ।

ଏହା ସହ ଏବେ ନିମକି ଫିଲ୍ମର ଆଉ ଏକ ଗୀତ ମଧ୍ୟ ଆଜି ରିଲିଜ ହୋଇଛି । ଏହି ଗୀତରେ ସ୍ୱର ଦେଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ । ଗୀତର ବୋଲ ରହିଛି ‘ମନ ନାଚେ’ ।

ନିମ୍କି ଏକ ଛୋଟିଆ ଗାଁର ସାଧାରଣ ଝିଅ । ଆଉ ନିଜ ଗାଁର ଉନ୍ନତି ପାଇଁ ସେ ଆସେ ସହର । ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଗାଁରୁ ସହର ଆସେ ନିମକି । ଏହାରି ଭିତରେ ବହୁ ଅସୁବିଧା କୁ ସାମ୍ନା କରେ ।ପ୍ରଥମ ଥର ପାଇଁ ସିନେମାରେ ଏମିତି ଏକ ଭିନ୍ନ ଚରିତ୍ର କରିବାରେ ନଜର ଆସିବେ ବର୍ଷା । ଏକ ଭିନ୍ନ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି । ଆଉ ଏହି ସିନେମାର କନସେପ୍ଟ ଦେଇଛନ୍ତି ନାୟିକା ବର୍ଷା । ଚଳଚ୍ଚିତ୍ର ନିମକିରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ଆସନ୍ତା ୨୩ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ନିମକି – ନିମପୁର ରୁ ନବିନ୍ ନିବାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More