Only for Entertainment

ଦେଶ ପାଇଁ ସହୀଦ ହୋଇଛନ୍ତି ଏହି ଅଭିନେତ୍ରୀଙ୍କ ପିତା

Desimartini
0 60

ନିମରତ କୌର ବର୍ତ୍ତମାନ ବଲିଉଡ ଇଂଣ୍ଡଷ୍ଟ୍ରୀର ଜଣାଶୁଣା ନାମ । ‘ଲଂଚବକ୍ସ’ ଏବଂ ‘ଏୟାରଲିଫ୍ଟ’ ପରି ଫିଲ୍ମରେ ନିଜର ଦମଦାର ଅଭିନୟରେ ପାଇଁ ଆଜି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଅଭିନେତ୍ରୀ । ନିମରତଙ୍କ ଜନ୍ମ ୧୩ ମାର୍ଚ୍ଚ ୧୯୮୨ ମସିହାରେ ରାଜସ୍ଥାନର ପିଲାନୀରେ ହୋଇଥିଲା ।

ନିମରତଙ୍କ ପିତା ଇଣ୍ଡିଆନ ଆର୍ମୀରେ ଥିଲେ । ୧୯୯୪ ମସିହାରେ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଲଡେଇ କରୁଥିବା ସମୟରେ ସେ ସହୀଦ ହୋଇଥିଲେ । ନିମରତଙ୍କର ଏକ ଛୋଟ ଭଉଣୀ ମଧ୍ୟ ଅଛି । ସେ ଜଣେ ସାଇକୋଲୋଜିଷ୍ଟ ।

nimrat-kaur-hd-pics

ନିମରତ ଲେଡି ଶ୍ରୀରାମ କଲେଜ ଅଫ କମର୍ସରୁ ନିଜର ପଢା ପୁରା କରିଛନ୍ତି । କଲେଜ ପଢିବା ସମୟରୁ ହିଁ ସେ ଲୋକାଲ ଥିଏଟରରେ ଅଶଂ ଗ୍ରହଣ କରୁଥିଲେ । ନିମରତ ‘ୱାନ ନାଇଟ ୱିଥ ଦି କିଙ୍ଗ’ ଇଂରେଜୀ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୨ରେ ବସନ ବାଲାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପେଡଲର୍ସ’ ଫିଲ୍ମରେ ଅଭିନୟ କରିଥିଲେ ।

ଫିଲ୍ମ ଲଂଚ ବକ୍ସ ପରେ ନିମରତଙ୍କ ପପୁଲାରିଟି ବଢିବାକୁ ଲାଗିଲା । ଏହାପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିଥିଲା । ୨୭ ରୁ ୩୦ ଫିଲ୍ମର ଅଫର ଛାଡିବା ପରେ ସେ ଅକ୍ଷୟଙ୍କ ବିପକ୍ଷରେ ‘ଏୟାରଲିଫ୍ଟ’ରେ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More