Only for Entertainment

ଅନ୍ଧ ବିଶ୍ୱାସ ମଧ୍ୟରେ ଏକବିଂଶ ଶତାବ୍ଦୀ, ତନ୍ତ୍ରମନ୍ତ୍ର ପାଇଁ ଝିଅ ବେକରେ ଫୋଡିଥିଲେ ୯ଟି ଛୁଞ୍ଚି ।

cosmopolitan
0 36

ଏକବିଂଶ ଶତାବ୍ଦୀରେ ବିଜ୍ଞାନର ବିକାଶ ଏବଂ ଶିକ୍ଷାର ଅଗ୍ରଗତି ହେଉଥିଲେ ମଧ୍ୟ ଲୋକଙ୍କ ଆଖିରୁ ହଟିନି ସେହି ଅନ୍ଧବିଶ୍ୱାସର ପଟି । ଏବେବି ଅନେକ ସ୍ଥାନରେ ରୋଗ ଭଲ କରିବାକୁ ଆପଣାଉଛନ୍ତି ଅନ୍ଧ ବିଶ୍ୱାସର ପ୍ରଣାଳୀକୁ । ଏପରି ଘଟଣା ଘଟିଛି କୋଲକାତାର ନାଦିଆ ଜିଲ୍ଲାର କୃଷ୍ଣନଗରରେ । ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ୧୪ବର୍ଷିୟ ଏକ ଝିଅର ଗଳାରୁ ଛୁଞ୍ଚିି କାଢିବାରେ ସଫଳ ହୋଇଥିଲେ ।

ଡାକ୍ତରଖାନାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ନାଦିଆ ଜିଲ୍ଲାର କୃଷ୍ଣନଗରରେ ରହୁଥିବା ଅପାରୂପା ବିଶ୍ୱାସଙ୍କ ଗଳାରେ ଏହି ଛୁଞ୍ଚି ଥିଲା । ଅପାରୂପାଙ୍କ ପରିବାର ଲୋକେ ଝିଅର ଯନ୍ତ୍ରଣାକୁ ଦୃଷ୍ଟିରେ ରଖି ତାକୁ ଡାକ୍ତରଖାନାକୁ ଆଣିଥିଲେ । ଏକ୍ସରେ ପରେ ଗଳାରେ ଛୁଞ୍ଚି ଥିବା କଥା ଜାଣିପାରିନଥିଲେ ଡାକ୍ତରମାନେ । ଡାକ୍ତରଙ୍କ କହିବା ଅନୁସାରେ ଆମେ ପ୍ରଥମେ ଭାବିଥିଲୁ ଝିଅଟି ଭୁଲରେ ଛୁଞ୍ଚିିଟିଏ ଗିଳିଦେଇଛି । ହେଲେ ପରେ ଗଳାରେ ଅଧିକ ସଂଖ୍ୟକ ଛୁଞ୍ଚିଥିବା ଜଣାପଡିଥିଲା ।

ତନ୍ତ୍ରମନ୍ତ୍ରରେ ତାଙ୍କ ପରିବାର ଲୋକେ ବିଶ୍ୱାସ କରୁଥିବାରୁ ଗଳାରେ ଛୁଞ୍ଚି ଫୋଡାଯାଇଥିବା ଜାଣିପଡିଥିଲା । ଦୀର୍ଘ ୩ ଘଣ୍ଟା ଧରି ଅପରେସନ ପରେ ଅପାରୂପାର ଗଳାରୁ ୯ଟି ଛୁଞ୍ଚି କାଢିବାରେ ଆମେ ସମର୍ଥ ହୋଇଥିଲେ ଡାକ୍ତରମାନେ । ଅନ୍ୟପଟେ ପରିବାର ଲୋକେ ଝିଅର ବେକରେ ଛୁଞ୍ଚି ଥିବା ସମ୍ପର୍କରେ ଖୋଲାଖୋଲି କିଛି କହିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More