Only for Entertainment

ନିର୍ଭୟା କେସ-ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଜାହିର କଲେ ସେଲିବ୍ରେଟୀ । ପ୍ରିୟଙ୍କାଙ୍କ ଠାରୁ ଆରମ୍ଭ କରି ଭୂମିଙ୍କ ପର୍ଯ୍ୟନ୍ତ ଲେଖିଲେ ଏହି କଥା ।

aajtak
0 57

ପ୍ରିୟଙ୍କା ଚୋପ୍ରା,ଅନୁଷ୍କା ଶର୍ମା ଓ ଭୂମି ପେଡନେକରଙ୍କ ଭଳି କେତେକ ବଲିଉଡ ଅଭିନେତ୍ରୀ ନିର୍ଭୟା ରେପ ମାମଲାରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ୨୦୧୨ ଦିଲ୍ଲୀର ଏକ ବସରେ ନିର୍ଭୟା ନାମକ ଜଣେ ଝିଅଙ୍କୁ ରେପ କରିଥିବା ଦୋଷୀ ମାନଙ୍କୁ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡ ଦେଇଥିବାରୁ ସମଗ୍ର ବଲିଉଡ ନିଜର ଖୁସି ପ୍ରକାଶ କରିଛନ୍ତି । ତେବେ ଜଣେ ଦୋଷୀ ନାବାଳକ ଥିବାରୁ ତାଙ୍କୁ ୩ ବର୍ଷ ଜେଲରେ ରଖିବା ପରେ ମୁକ୍ତ କରାଯାଇଥିଲା କିନ୍ତୁ ତାକୁ ମାରିବା ପାଇଁ କିଛି ଲୋକ ଖୋଜି ବୁଲୁଥିବାରୁ ତାକୁ ଏକ ନୂତନ ନାମରେ ପରିଚୟ ଦିଆଯାଇଥିଲା, ବର୍ତ୍ତମାନ ସେ ଏକ ରେଷ୍ଟୁରାଂଟରେ ରୋଷେଇ କରୁଛି ଏବଂ ସେ ଏବେ ୨୩ ବର୍ଷର ହୋଇସାରିଛି । ତେବେ ରେଷ୍ଟୁରାଂଟ ମାଲିକ ମଧ୍ୟ ତା ବିଷୟରେ ଏହି କଥା ଜାଣି ନାହାଁନ୍ତି । ଅନ୍ୟ ପକ୍ଷରେ ଜଣେ ଆତ୍ମହତ୍ୟା କରିଥିଲା ଏବଂ ଅବଶିଷ୍ଟ ୪ ଜଣଙ୍କୁ ସୋମବାର ଦିନ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡ ଦେଇଛନ୍ତି ।


ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତିଯେ ନ୍ୟାୟରେ ଡେରି ହୋଇଛି କିନ୍ତୁ ଅନ୍ୟାୟ ହୋଇନାହିଁ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଦୋଷୀଙ୍କୁ ଠିକ ଶିକ୍ଷା ଦେଇଛନ୍ତି । ଏବେ ନ୍ୟାୟ ହୋଇଛି । ଏବେ ଅନ୍ୟ କେହି ନିର୍ଭୟା ହେବେ ନାହିଁ ।
ଅନୁଷ୍କା ଲେଖିଛନ୍ତିଯେ ନିର୍ଭୟାଙ୍କ କଷ୍ଟ ଆମ ସମସ୍ତଙ୍କ ମଧ୍ୟରେ ଜୀବୀତ ଅଛି । ଏହା ସହିତ ମନୀଷା କୋଇରାଲା ଏବଂ ଭୂମି ପେଡନେକର ମଧ୍ୟ ନିଜ ମନ୍ତବ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More