Only for Entertainment

ପୁଅ ଆକାଶଙ୍କ ପ୍ରି-ଏନଗେଜମେଣ୍ଟ ପାର୍ଟିରେ ନିତା ଅମ୍ବାନୀଙ୍କ କ୍ଲାସିକାଲ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

Latest News
0 39

ଗତକାଲି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପ୍ରି-ଏନଗେଜମେଣ୍ଟ ପାର୍ଟିର ଆୟୋଜନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ କରାଯାଇଥିଲା । ଏହି ପାର୍ଟିରେ ବଲିଉଡର ଅନେକ ତାରକା ଯୋଗ ଦେଇଥିଲେ । ଆକାଶ-ଶ୍ଲୋକାଙ୍କ ପ୍ରି-ଏନଗେଜମେଣ୍ଟ ପାର୍ଟିର ସବୁଠାରୁ ଖାସ କଥା ହେଉଛି ନିତା ଅମ୍ବାନୀଙ୍କ କ୍ଲାସିକାଲ ଡ୍ୟାନ୍ସ ପଫମାନ୍ସ । ନିତା ଅମ୍ବାନୀଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ଇଣ୍ଟରନେଟରେ ଛାଇ ରହିଛି ।

 

ନିତା ଫିଲ୍ମ ‘କାଇ ପୋ ଛେ’ର ଗୀତ ‘ଶୁଭାରମ୍ଭ’ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ନିତାଙ୍କ ଏହି ଡ୍ୟାନ୍ସ ପର୍ଫମାନ୍ସକୁ ସେଠାରେ ଉପସ୍ଥିତ ସମସ୍ତ ଗେଷ୍ଟ ଖୁବ ଏଞ୍ଜୟ କରିଥିଲେ । ଏହି ଅବସରରେ ସେ ରେଡ କଲରର ଶାଢୀ ପିନ୍ଧିଥିଲେ ଏହା ସହିତ ସେ ହେଭୀ ଜୁଏଲରୀ ପିନ୍ଧିଥିଲେ ।

 

ସେହିପରି ଆକାଶ ଅମ୍ବାନୀଙ୍କ ଏନଗେଜମେଣ୍ଟର ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଇଶା ଅମ୍ବାନୀ ଆକାଶ –ଶ୍ଲୋକାଙ୍କ ଆରତୀ କରୁଥିବା ନଜର ଆସିଛନ୍ତି । ଏହା ପରେ ଶ୍ଲୋକା ଇଶାଙ୍କ ପାଦ ଛୁଇଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More