Only for Entertainment

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇଙ୍କ ବାୟୋପିକକୁ ମିଳିଲା ରିଲିଜ ଡେଟ, ଏହି ଦିନ ହେବ ପ୍ରଦର୍ଶିତ

latestly
62

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇଙ୍କ ଉପରେ ନିର୍ମିତ ଫିଲ୍ମ ‘ଗୁଲ ମକଇ’କୁ ଶେଷରେ ରିଲିଜ ଡେଟ ମିଳିଛି । ବଲିଉଡରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଅମଜଦ ଖାନ ଏବଂ ସଂଜୟ ସିଙ୍ଗଲା ଦେଇଛନ୍ତି । ଏହି ଫିଲ୍ମର ସୁଟିଂ ଭାରତ ଅଧିକୃତ କାଶ୍ମୀରରେ କରାଯାଇଛି ।

ରିପୋର୍ଟ ଅନୁସାରେ ରୀମ ଶେଖ, ମଲାଲାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦିବଙ୍ଗତ ବଲିଉଡ ଅଭିନେତା ଓମ ପୁରୀ, ଦିବ୍ୟା ଦତ୍ତା, ଅତୁଲ କୁଲକର୍ଣ୍ଣୀ, ମୁକେଶ ଋଷି ଏବଂ ପଙ୍କଜ ତ୍ରୀପାଠୀଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୩୧ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

ଫିଲ୍ମରେ ମଲାଲାଙ୍କ ସାହସ ଏବଂ ତାଙ୍କ ସଙ୍ଘର୍ଷକୁ ବର୍ଣ୍ଣନା କରାଯାଇଛି । ସ୍ୱାତ ଘାଟିରୁ ଆରମ୍ଭ କରି ସମସ୍ତଙ୍କୁ ଶିକ୍ଷା ଦେବା ଓ ତାଙ୍କ ଉପରେ ଆକ୍ରମଣ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଫିଲ୍ମରେ ଦର୍ଶକ ଦେଖିପାରିବେ ।

ଜାନୁଆରୀରେ ୨୦୧୮ରେ ଲଣ୍ଡନର ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆୟୋଜିତ ଏକ ଖାସ କାର୍ଯ୍ୟକ୍ରମରେ ଏହି ଫିଲ୍ମ ଦର୍ଶାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୪୫୦ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ଏବଂ ଭାରତର ପ୍ରତିନିଧି, ବ୍ରିଟିଶ କାର୍ଯ୍ୟକର୍ତା ଆଦି ସାମିଲ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More