Only for Entertainment

ଖୁବଶୀଘ୍ର ପରଦାରେ କମାଲ ଦେଖାଇବ ସାଇକୋଲଜିକାଲ୍ ଡ଼୍ରାମା ଫିଲ୍ମ ‘ନୋବେଲ ମେନ୍’ !

16

ଅନେକ ଦିନ ପରେ ବଲିଉଡ୍ ପରଦାରେ ନଜର ଆସିବେ ଅଭିନେତା କୁନାଲ କପୁର । ତାଙ୍କ ସାଇକୋଲଜିକାଲ୍ ଡ଼୍ରାମା ଫିଲ୍ମ ‘ନୋବେଲ ମେନ୍’ ଜୁନ୍ ୨୮ରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବନ୍ଦନା କଟାରିଆ । ଏହି ଫିଲ୍ମର ପ୍ରଥମ ଟିଜର୍ ରିଲିଜ ହୋଇଥିବା ବେଳେ ଏଥିରେ ସୋନି ରାଜଦାନ ଏବଂ ଅଲି ହାଜି ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମରେ କୁନାଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମଟି ୧୫ବର୍ଷୀୟ ଗୋଟେ ପୁଅ ଶାୟ’ର କାହାଣୀ, ଯିଏ ସ୍କୁଲର କିଛି ଖଳଙ୍କ ପାଇଁ ଆତଙ୍କିତ । ନାଟ୍ୟଶାସ୍ତ୍ରରେ ସେହି ପିଲାର ରୁଚିକୁ କୁଣାଲ କପୂର ପ୍ରୋତ୍ସାହନ ଦେଇଛନ୍ତି । ଏହିଭଳି ଘଟଣାକୁ ନେଇ ନାଟକରେ ରୁଚି ରଖୁଥିବା ପିଲାର ଜୀବନରେ ଆସିଛି ଭିନ୍ନ ମୋଡ । ଏହିଭଳି କିଛି କାହାଣୀକୁ ନେଇ ରହିଛି ଫିଲ୍ମ । ତେବେ ଏହା ପରଦାରେ କଣ କମାଲ କରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More