Only for Entertainment

ଆଇଟମ ଗର୍ଲ ମଲାଇକାଙ୍କୁ ପଛରେ ପକାଇ ଶୀର୍ଷରେ ନୋରା

DNA India
54

ବଲିଉଡର ନୂଆ ଆଇଟମ୍‍ କ୍ୱିନ୍‍ ଭାବେ ନୋରା ଫତେହୀ ବାଜିମାତ୍‍ କରିନେଇଛନ୍ତି । ଆଇଟମ୍‍ ସଙ୍ଗର ରାଣୀ କୁହାଯାଉଥିବା ମଲାଇକାଙ୍କୁ ସେ ବର୍ତ୍ତମାନ ପଛରେ ପକାଇ ଏହି ତାଜ୍‍କୁ ଅକ୍ତିଆର କରିଛନ୍ତି । ଗତ କିଛିବର୍ଷ ମଧ୍ୟରେ ନୋରା ଆଇଟମ୍‍ ସଙ୍ଗ ଦୁନିଆଁରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କାନାଡାର ଡାନ୍ସର, ମଡେଲ, ଅଭିନେତ୍ରୀ ଏବଂ ସିଙ୍ଗର ନୋରା ହିନ୍ଦୀ ସମେତ ମଲାୟାଲାମ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । କାନାଡାରେ ବଢ଼ିଥିବା ନୋରା ନିଜକୁ କିନ୍ତୁ ମନରେ ଭାରତୀୟ ବୋଲି କହିନ୍ତି । ସେ କ୍ୟାରିୟର୍‍ ଆରମ୍ଭରେ ତେଲୁଗୁ ଫିଲ୍ମରେ ଆଇଟମ୍‍ ନମ୍ବର ପରିବେଷଣ କରି ଚର୍ଚ୍ଚିତ ହୋଇଥିଲେ । ‘ବାହୁବଳୀ’, ‘ଟେମ୍ପର’, ଏବଂ ‘କିକ୍‍-୨’ ଭଳି ଫିଲ୍ମଗୁଡ଼ିକରେ ଆଇଟମ୍‍ ନମ୍ବର କରି ନୋରା ପ୍ରଶଂସିତ ହୋଇଥିଲେ । ଏହା ବ୍ୟତୀତ ସେ କିଛି ମାଲାୟାଲମ୍‍ ଫିଲ୍ମରେ ଅଭିନେତ୍ରୀ ଭାବେ ମଧ୍ୟ କାମ କରିଛନ୍ତି ।

୨୦୧୫ରେ ନୋରା ହିନ୍ଦୀ ରିଆଲିଟି ସୋ’ ‘ବିଗ୍‍ ବସ୍‍-୯’ରେ ଏଣ୍ଟ୍ରି କରିଥିଲେ ଏବଂ ତା ପରେ ରିଆଲିଟି ସୋ’ ଝଲକ୍‍ ଦିଖ୍‍ଲାଜା’ରେ ଅଂଶ ଗ୍ରହଣ କରିଥିଲେ । ତେବେ ତାଙ୍କ ଅଭିନୀତ ‘ସତ୍ୟମେବ ଜୟତେ’ର ଗୀତ ‘ଦିଲ୍‍ବର…’ ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି ଗୀତ ଗୋଟିଏ ଦିନ ମଧ୍ୟରେ ୨୦ ମିଲିୟନରୁ ଉଦ୍ଧ୍ୱର୍ ଲୋକେ ଦେଖିଥିଲେ, ଯାହା ଏକ ଭାରତୀୟ ସଙ୍ଗୀତ ପାଇଁ ରେକର୍ଡ ଥିଲା । ଏହା ପରେ କେବେହେଲେ ନୋରା ପଛକୁ ବୁଲି ଚାହିଁନାହାନ୍ତି ।

ଏଇ ନିକଟରେ ରିଲିଜ୍‍ ହେବାକୁ ଥିବା ଫିଲ୍ମ ‘ଷ୍ଟ୍ରିଟ୍‍ ଡାନ୍ସର ୩ଡି’ରେ ସେ ବରୁଣ ଧୱନ ଏବଂ ଶ୍ରଦ୍ଧାଙ୍କ ସହ ଅଭିନୟ କରୁଛନ୍ତି । ଏହି ଫିଲ୍ମର ଏକ ଗୀତ ‘ଗର୍‍ମୀ’ ଗୀତ ପାଇଁ ସେ ଚର୍ଚ୍ଚିତ ହୋଇଛନ୍ତି । ଗୁରୁବାର ରିଲିଜ୍‍ ହୋଇଥିବା ଏହି ଗୀତରେ ବରୁଣ ଏବଂ ନୋରା ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଦୁହିଁଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ଏହାକୁ ସିଙ୍ଗର ବାଦ୍‍ଶାହ ଏବଂ ନେହା କକ୍କର ଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More