Only for Entertainment

ନୋରା ଫତେହିଙ୍କୁ ଏହି କାରଣ ପାଇଁ ଲକି ଚାର୍ମ ଭାବନ୍ତି ଜନ ଅବ୍ରାହିମ

hindirush
27

ସତ୍ୟମେବ ଜୟତେର ଦିଲବର ଦିଲବର’ ଗୀତ ହେଉ ବା ନିକଟରେ ରିଲିଜ ହୋଇଥିବା ଓ ସାକି ସାକି’ ଗୀତ, ନୋରା ଫତେହି ତାଙ୍କ ସାନଦାର ଡ୍ୟାନ୍ସ ମୁଭ୍ସ କରି ଗୀତକୁ ଅଧିକ ଖାସ କରି ଦେଇଛନ୍ତି । କୁହାଯାଏ ନୋରା ତାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍ସରେ ଫିଲ୍ମକୁ ବ୍ଲକବଷ୍ଟର କରି ଦେଉଛନ୍ତି । ଏବେ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଏକ ଆଇକନ ଗୀତ ଦେଖିବାକୁ ମିଳୁଛି ।

ନୋରା ଫତେହି ସବୁଠାରୁ ଅଧିକ ନିଖିଲ ଆଡ଼ବାଣୀ ଏବଂ ଜନ ଅବ୍ରାହିମଙ୍କ ଫିଲ୍ମରେ ତାଙ୍କ ଆଇଟମ ଗୀତର ପ୍ରଶଂସା ସାଉଁଟିଛନ୍ତି ଏବଂ ଯେଉଁ ଫିଲ୍ମରେ ନଜର ଆସିଛନ୍ତି ସେହି ଫିଲ୍ମ ସୁପରହିଟ ହୋଇଛି । ୧୫ ଅଗଷ୍ଟକୁ ରିଲିଜ ହୋଇଥିବା ବାଟଲା ହାଉସ ଏପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ରୋଜଗାର କରି ସାରିଲାଣି । ତେବେ ଯେତେବେଳେ ନୋରାଙ୍କୁ ଏହି ବିଷୟରେ ପ୍ରଶ୍ନ କରାଗଲାଯେ ସେ କ’ଣ ନିଜକୁ ଜନଙ୍କ ଲକି ଚାର୍ମ ଭାବନ୍ତି ସେ କହିଲେଯେ ହଁ ମୋତେ ସମସ୍ତେ କୁହନ୍ତି ମୁଁ ଜନଙ୍କ ପାଇଁ ଲକି ଚାର୍ମ । କିନ୍ତୁ ପରେ ନୋରା କହିଲେ ଜଣକ ପାଇଁ କେହି ନା କେହି ଲକି ଚାର୍ମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More