Only for Entertainment

ବ୍ୟାଙ୍କକ ବଜାରରେ କପଡ଼ା ବିକ୍ରି କରୁଥିବାର ନଜର ଆସିଲେ ନୋରା ଫତେହି ।

bollywood tadka
66

ବଲିଉଡ ଅଭିନେତ୍ରୀ ନୋରା ଫତେହି ଏବେ ବ୍ୟାଙ୍କକରେ ଛୁଟି ବିତାଉଛନ୍ତି । ନିକଟରେ ନୋରାଙ୍କ ଏକ ଭିଡ଼ିଓ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓ ବ୍ୟାଙ୍କକ ମାର୍କେଟର, ଯେଉଁଠାରେ ନୋରା ଦୋକାନୀ ନିକଟରେ ବସି ସେହି ଦୋକାନର କପଡ଼ା ବିକ୍ରି କରୁଛନ୍ତି । ଏହି ସମୟରେ ନୋରା ଖୁବ ମସ୍ତି ମୁଡରେ ନଜର ଆସିଛନ୍ତି । ଏହା ସହିତ ନୋରା ଲୋକାଲ ଭାଷା ମଧ୍ୟ କହୁଛନ୍ତି । ନୋରା ତାଙ୍କର କିଛି ବନ୍ଧୁଙ୍କ ସହିତ ବ୍ୟାଙ୍କକ ଯାଇଛନ୍ତି ।

କହିରଖୁଛୁ ନିକଟରେ ନୋରାଙ୍କ ଫିଲ୍ମ ‘ଭାରତ’ ରିଲିଜ ହୋଇଛି । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ସଲମାନ ଖାନ ଓ କ୍ୟାଟ୍ରିନା କୈଫ । ଏହା ବ୍ୟତୀତ ଫିଲ୍ମରେ ସୁନିଲ ଗ୍ରୋଭର, ଦିଶା ପାଟନୀ, ଜ୍ୟାକି ସ୍ରଫ ଏବଂ ତବୁ ମଧ୍ୟ ନଜର ଆସିଛନ୍ତି । ତେବେ ଫିଲ୍ମରେ ନୋରାଙ୍କ ଅଭିନୟକୁ ବେଶ୍ ପସନ୍ଦ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More