Only for Entertainment

ଛୋଟ ଛୋଟ ଛୁଆମାନଙ୍କ ସହିତ ଠୁମକା ଲଗାଇଲେ ନୋରା, ସାମ୍ନାକୁ ଆସିଲା ଭିଡିଓ

bollywoodtadka
29

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ଗ୍ଲାମରସ ଫଟୋକୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ନୋରା ନିଜ ଇଂଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଛୋଟ ଛୋଟ ଛୁଆଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

ଏହି ଭିଡିଓ ପୋଷ୍ଟ କରି ନେହା ଲେଖିଥିଲେ, ‘ଏହା ସବୁଠାରୁ କ୍ୟୁଟ ଜିନିଷ । ଏହି ଛୁଆ ମାନେ ଷ୍ଟ୍ରିଟ ଡ୍ୟାନ୍ସର ସେଟରେ ଫଟୋ ଉଠାଇବା ପାଇଁ ପରିବାର ସହିତ ରହିଥିଲେ । ସେହି ସମୟରେ ଜଣେ ଛୁଆ ମୋତେ କମରିଆ ଗୀତରେ ଡ୍ୟାନ୍ସ ଷ୍ଟେପ ଦେଖାଇବାକୁ ଚାହୁଁଥିଲା । ପରେ ମୁଁ ଭାବିଲି ଏହି ସମୟରେ କମରିଆରେ ଡ୍ୟାନ୍ସ କରିବା ଉଚିତ । ଏହି କ୍ୟୁଟ ଛୁଆଙ୍କ ସହିତ ଡ୍ୟାନ୍ସ କରି ଯେଉଁ ଖୁସି ମିଳିଲା ତାହା ଆଉ କେଉଁଛୁ ମିଳିବ ନାହିଁ । ମୁଁ ଏଇଥି ପାଇଁ ବଂଚିଛି ।’

ନୋରାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ନଜର ଆସିବେ । ଏହି ଫିଲ୍ମରେ ନୋରାଙ୍କ ବ୍ୟତିତ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁର ନଜର ଆସିବେ । ଏହା ବ୍ୟତିତ ନୋରା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More