Only for Entertainment

ନୋରା ଫତେହୀ ‘ଦିଲବର’ଗୀତର ଆରବିକ ଗୀତରେ ଏଭଳି କଲେ ଡାନ୍ସ, ଭିଡ ସମ୍ଭାଳିବା ହୋଇପଡିଲା ଅସମ୍ଭବ !

29

ଡାନ୍ସିଂ କ୍ୱିନ ନୋରା ଫତେହି ନିଜ ଡାନ୍ସ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ରାଜ କରୁଛନ୍ତି । ନୋରାଙ୍କ ଫ୍ୟାନ୍ସ ଲିଷ୍ଟ ଲଗାତାର ବଢିବାରେ ଲାଗିଛି । ଏବେ ତାଙ୍କର ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଫ୍ୟାନ ସଂଖ୍ୟା ବଢିବାରେ ଲାଗିଲାଣି ।

ନିକଟରେ ସେ ମୋରୋକ୍କୋରେ ପରଫର୍ମାନ୍ସ କରିଥିଲେ । ସେଠାରେ ନୋରା ଷ୍ଟେଜରେ ନିଜ ଡ୍ୟାନ୍ସର ଜଲୱାରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରଫର୍ମାନ୍ସର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନୋରା ଫତେହି ନାଲି ରଂଗର ଡ୍ରେସରେ ଖୁବ ସୁନ୍ଦର ନଜର ଆସିଛନ୍ତି ।

ନୋରା ଏହି ଭିଡିଓରେ ନିଜ ଗୀତ ‘ଦିଲବର’ର ଆରବିକ ଭର୍ସନରେ ଖୁବ ଡାନ୍ସ କରୁଥିବା ନଜର ଆସିଛନ୍ତି । ଇଂଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ନିଜେ ନୋରା ନିଜ ଇନଷ୍ଟାଗ୍ରାମରେ ଷ୍ଟୋରୀ ଶେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ନୋରାଙ୍କ ଡାନ୍ସ ଅନ୍ଦାଜକୁ ଦେଖି ସେଠାରେ ଉପସ୍ଥିତ ଥିବା ଭିଡକୁ କାବୁ କରିବା ମୁସ୍କିଲ ହୋଇପଡିଥିଲା । ଫେମସ ନୋରା ଫତେହୀଙ୍କର ନିକଟରେ ‘ଏକ ତୋ କମ୍ ଜିନ୍ଦଗାନୀ’ ଗୀତ ରିଲିଜ ହୋଇଥିଲା ।
ନୋରା ଫତେହୀଙ୍କ ଏହି ନୂଆ ଗୀତ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତରିଆଙ୍କ ଫିଲ୍ମ ‘ମରଜାୱାଁ’ରେ ନଜର ଆସିବ । ଏହି ଫିଲ୍ମକୁ ମିଲାପ ଝାବେରୀ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି, ଏବଂ ଏଥିରେ ରିତେଶ ଦେଶମୁଖ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ୮ନଭେମ୍ବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More