Only for Entertainment

ଏୟାରପୋର୍ଟ ବାହାରେ ଦିଲବର ଗର୍ଲ ନୋରାଙ୍କ ସହିତ ଘଟିଲା ଅଜବ ଘଟଣା ।

43

ବଲିଉଡ ଅଭିନେତ୍ରୀ ନୋରା ଫତେହି ଖୁବଶୀଘ୍ର ଫିଲ୍ମ ଭାରତରେ ନଜର ଆସିବେ । ନୋରା ଫିଲ୍ମ ସତ୍ୟମେବ ଜୟତେରେ ଦିଲବର ଗୀତର ରିମେକରେ ଜବରଦସ୍ତ ଡ୍ୟାନ୍ସ କରି ଏକ ପରିଚୟ ସୃଷ୍ଟି କରିଥିଲେ । ନୋରା ସୋସିଆଲ ମିଡିଆରେ ମଧ୍ୟ ଲଗାତାର ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ବାରମ୍ବାର ଦେଖାଯାଉଛି ।

 

 

View this post on Instagram

 

Something really strange is starting to happen… ?? stay tuned…. @stevenroythomas @zoya.makeupandhair

A post shared by Nora Fatehi (@norafatehi) on

ଭିଡ଼ିଓର କ୍ୟାପ୍ସନରେ ନୋରା ଲେଖିଛନ୍ତି, କିଛି ଅଜବ ହେବା ଆରମ୍ଭ ହୋଇଯାଇଛି । ବାସ୍ତବରେ ନୋରା ଏୟାରପୋର୍ଟରେ ସହ ନିର୍ଦ୍ଦେଶକ ଷ୍ଟିବର୍ଣ୍ଣ ରୟ ଥୋମାସଙ୍କ ସହିତ ସ୍ପଟ ହୋଇଛନ୍ତି । ଦୁଇଜଣ ଏକା ସାଙ୍ଗରେ ଆସୁଥିବା ସମୟରେ ଜଣେ ଫ୍ୟାନ ଦୌଡ଼ି ଆସି ଷ୍ଟିବର୍ଣ୍ଣଙ୍କ ସହିତ ସେଲ୍ଫି ନେଉଛନ୍ତି । କିଛି ସମୟ ପାଇଁ ନୋରା କିଛି ବୁଝିପାରୁ ନାହାଁନ୍ତି । ତତକ୍ଷଣାତ ଆଉ ଜଣେ ଫ୍ୟାନ ଆସି ନୋରାଙ୍କ ସହିତ ସେଲ୍ଫି ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More