Only for Entertainment

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ପେପେଟା’, ଦେଖିବାକୁ ମିଳିଲା ମୋରୋକନ ବ୍ୟୁଟି ନୋରାଙ୍କ ଜବରଦସ୍ତ ଅନ୍ଦାଜ !

37

ମୋରୋକନ ବ୍ୟୁଟି ନୋରା ଫତେହିଙ୍କ ମ୍ୟୁଜିକ ଭିଡିଓ ‘ପେପେଟା’ ରିଲିଜ ହୋଇଛି । ଆପଣ ଜାଣନ୍ତି କି ଏହି ମ୍ୟୁଜିକ ଭିଡିଓ ଲଂଚ ହେବା ପୂର୍ବରୁ ହିଁ ୟୁଟ୍ୟୁବରେ ନିଆଁ ଲାଗିଯାଇଥିଲା । ଏହି ଗୀତକୁ ନିର୍ଦ୍ଦେଶନା କରିଛନ୍ତି ଆବଡେରାଫିଆ ଏଲ ଅବଦ୍ୟୁଇ ।

ଏଥିରେ ନୋରାଙ୍କ ଗଜବ ଅନ୍ଦାଜ ଦେଖିବାକୁ ମିଳିଛି । ନୋରା ଆପଣଙ୍କୁ ବାର୍ବିଙ୍କ କଥା ମନେ ପକାଇ ଦେଇଛନ୍ତି ଏହି ଗୀତରେ ଗୀତରେ ନୋରାଙ୍କ ଜବରଦସ୍ତ ଡାନ୍ସ ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତକୁ କୋରିଓଗ୍ରାଫି କରିଛନ୍ତି ରଜିତ ଦେବ ଏବଂ ଗୀତରେ ଲିରିକ୍ସ ଦେଇଛନ୍ତି ରେଭାନି, ରାଜା କୁମାର. ଅମାର ବାଜ, ଇବ୍ରାହିମ ବାଗାସ । ଏହା ନୋରାଙ୍କ ଦ୍ୱିତୀୟ ଇଂଟରନ୍ୟାସନାଲ ଟ୍ରାକ । ସେ ମଧ୍ୟ କିଛି ମାତ୍ରାରେ ଏହି ଗୀତରେ ନିଜ କଣ୍ଠ ଦାନ କରିଛନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ନୋରା ଶେଷଥର ‘ପଛତାଓଗୋ’ ଆଲବମରେ ବିକ୍କି କୌଶଲ ନଜର ଆସିଥିଲେ । ଏହି ଗୀତକୁ ଗାଇଥିଲେ ଅରିଜିତ ସିଂ , ଯାହା ଏବେ ସୋସିଆଲ ମିଡିଆରେ ଏବେ ପର୍ଯ୍ୟନ୍ତ ଧମାଲ ମଚାଇବାରେ ଲାଗିଛି । ଏହାବ୍ୟତୀତ ତାଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ର ‘ଦିଲବର’ ୨୦୧୮ରେ ଜବରଦସ୍ତ ଧମାଲ କରିଥିଲା । ନୋରା କୋରିଓଗ୍ରାଫର ତଥା ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର ୩ଡି’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More