Only for Entertainment

୨.୦ପାଇଁ ଅକ୍ଷୟ କୁମାର ନୁହଁନ୍ତି, ଏହି ଅଭିନେତା ଥିଲେ ମେକର୍ସଙ୍କ ପ୍ରଥମ ପସନ୍ଦ !

39

ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଷ୍ଟାରର ଫିଲ୍ମ ୨.୦ ଚଳିତ ମାସ ଶୁକ୍ରବାର ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମରେ ଅକ୍ଷୟ କୁମାର ଖଳନାୟକ ଭୂମିକାରେ ନଜର ଆସିବେ ଏବଂ ରଜନୀକାନ୍ତ ରୋବୋଟ ଚିଟ୍ଟି ଭୂମିକାରେ ନଜର ଆସିବେ । ୬୦୦କୋଟି ବଜେଟର ଏହି ଫିଲ୍ମ ଭାରତୀୟ ସିନେମା ଜଗତର ସବୁଠାରୁ ଦାମୀ ଫିଲ୍ମ ହେବ । ଫିଲ୍ମରେ ଅକ୍ଷୟଙ୍କ ଲୁକକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।

 

କିନ୍ତୁ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମରେ ଅକ୍ଷୟ ନିର୍ଦ୍ଦେଶକ ଶଙ୍କରଙ୍କ ପ୍ରଥମ ପସନ୍ଦ ନଥିଲେ । ଆଜ୍ଞା ହଁ କାଷ୍ଟିଂ ଡିରେକ୍ଟର ଏହି ଭୂମିକା ପାଇଁ ପ୍ରଥମେ ଅର୍ନାଲ୍ଡଙ୍କୁ ହାୟର କରିବା ଲାଗି ଚାହିଁଥିଲେ । ଫିଲ୍ମ ସହ ଯୋଡି ହୋଇଥିବା ଏକ ପ୍ରେସ କନଫରେନ୍ସରେ ସେ ଏହି ସମ୍ପର୍କରେ କହିଥିଲେ । ଅର୍ନାଲ୍ଡଙ୍କ ସହ କଥାବାର୍ତ୍ତା ହୋଇଯାଇଥିଲା ଏବଂ ତାରିଖ ମଧ୍ୟ ଫିକ୍ସ ହୋଇଯାଇଥିଲା । ମାତ୍ର କିଛି କାରଣ ବଶତଃ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା । ଏହାପରେ ମେକର୍ସ ଏହି ଭୂମିକା ଅକ୍ଷୟଙ୍କୁ ତୁଲାଇବାକୁ ଦେଇଥିଲେ । ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଲାଣି ଏବଂ ଏହା ୟୁଟ୍ୟୁବରେ ଧମାଲ ମଚାଇବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More