Only for Entertainment

ସନି ଦେଓଲ ନୁହଁନ୍ତି ଅକ୍ଷୟ କୁମାର ହେବେ ପୃଥ୍ୱୀରାଜ ଚୌହାନ ।

BollywoodMDB
0 29

ବଲିଉଡରେ ଏବେ ବାୟୋପିକ ଏବଂ ପିରିୟଡିକ ଫିଲ୍ମର ଟ୍ରେଣ୍ଡ ଚାଲିଛି । ଏହି ଫିଲ୍ମ ଗୁଡିକୁ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । କିଛି ଦିନ ପୂର୍ବେ ଖବର ଶୁଣିବାକୁ ମିଳଥିଲା ପୃଥ୍ୱୀରାଜ ଚୌହାନଙ୍କ ଉପରେ ଫିଲ୍ମ ନିର୍ମାଣ ହେବକୁ ଯାଉଛି ଏବଂ ଏହାର ଲିଡ ରୋଲରେ ନଜର ଆସିବେ । କିନ୍ତୁ ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସନି ଦେଓଲ ଏବେ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ନଜର ଆସିବେ ନାହିଁ ।

ଏହାକୁ ନେଇ ସନି ଦେଓଲ କହିଛନ୍ତି ସେ ପୃଥ୍ୱୀରାଜ ଚୌହାନଙ୍କ ବୟୋପିକରେ ନଜର ଆସିଥାନ୍ତେ କିନ୍ତୁ କୌଣସି କାରଣ ପାଇଁ ତାଙ୍କୁ ଏହି ପ୍ରୋଜେକ୍ଟ ଛାଡିବା ପାଇଁ ପଡିଲା । ସନି ଦେଓଲ କହିଥିଲେ ଏବେ ‘ମୁଁ ଏହି ପ୍ରୋଜେକ୍ଟରେ କାମ କରୁନାହିଁ । କିନ୍ତୁ ମୁଁ ଚାହୁଁଛି ଏହି ଫିଲ୍ମ ନିର୍ମାଣ ହେଉ ଏବଂ ଏହା ନିର୍ମାଣ ହେବାକୁ ଯାଉଛି । ସେଥିପାଇଁ ମୁଁ ବହୁତ ଖୁସି ।’

ସନି ଦେଓଲ ଏହା ମଧ୍ୟ କହିଥିଲ ସେ ପିରିୟଡିକ ଫିଲ୍ମରେ କାମ କରିବାକୁ ଚାହାଁନ୍ତି । କହିରଖୁଛୁ ଯେ ସନି ଏପର୍ଯ୍ୟନ୍ତ କୌଣସି ପିରିୟଡିକ ଫିଲ୍ମରେ କାମ କରିନାହାଁନ୍ତି । ସନି ଏହି ଫିଲ୍ମରୁ ବାହାରିଯିବା ପରେ ଏବେ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମ ୟଶରାଜ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବକୁ ଯାଉଛି । ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏହାର ନିର୍ମାଣ କରିବେ । କିନ୍ତୁ ଏପର୍ଯ୍ୟନ୍ତ ଅକ୍ଷୟ କୁମାର ଏହି ବାବଦରେ କିଛି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More