Only for Entertainment

ଟ୍ରେଲର୍ ଓ ଗୀତ ରିଲିଜ ହେବା ପରେ, ରିଲିଜ ହେଲା ଫିଲ୍ମ ‘ନୋଟବୁକ’ର ମେକିଂ ଭିଡିଓ !

19

ଭିନ୍ନ ଏକ ପ୍ରେମକାହାଣୀକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ନୋଟବୁକ୍ । ଏହି ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ଜାହିର୍ ଇକବାଲ୍ ଓ ଅଭିନେତ୍ରୀ ପ୍ରାନୂତନ ବେହଲ୍ । ଏହି ସିନେମାର ଟ୍ରେଲର୍ ଓ ଗୀତ ରିଲିଜ୍ ହୋଇଥିବା ବେଳେ, ଏବେ ମେକର୍ ଭେଟିଦେଇଛନ୍ତି ମେକିଂର ଭିଡିଓ । ସୁଟିଂ ସେଟରେ ଏଠି ସଟ୍ ଦେବାରେ ନଜର ଆସିଛନ୍ତି ଅଭିନେତା ଜାହିର୍ ଓ ପ୍ରାନୂତନ । ଅଭିନୟ ସହ ଏହି ସିନେମା ପାଇଁ ଆସିଷ୍ଟାଂଟ୍ ଡିରେକ୍ଟର୍ ଭାବେ ମଧ୍ୟ କାମ କରିଛନ୍ତି ଜାହିର୍ । ଆଉ ସୁଟିଂ ସେଟରେ ଦୁହେଁ ବେଶ ମସ୍ତି କରୁଥିବାର ଦେଖିବାକୁ ମିଳିଛି । କାଶ୍ମୀର ଭ୍ୟାଲିରେ ସିନେମାର ସୁଟିଂ କରାଯାଇଛି ।

ଯେତିକି ଆକର୍ଷଣୀୟ କାହାଣୀ ସେତିକି ଆକର୍ଷଣୀୟ ରହିଛି ଫିଲ୍ମର ଲୋକସେନ୍ । ନୋଟ୍ବୁକ୍ ଏକ ନିଆରା ପ୍ରେମକାହାଣୀକୁ ନେଇ ଗତିଶୀଳ ହୋଇଛି । ଜଣେ ଯୁବକ ଓ ଜଣେ ଯୁବତୀ କିପରି ପରସ୍ପରକୁ ନ ଦେଖି ନଜାଣି, କେବଳ ଏକ ନୋଟବୁକ୍ ଜରିଆରେ ପରସ୍ପରକୁ ଭଲପାଇ ବସନ୍ତି ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ସଲମାନ୍ ଖାନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିତିନ୍ କକ୍କର୍ । ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ନୋଟବୁକ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More