Only for Entertainment

ଭାଇଜାନ ସେୟାର କଲେ ଜହୀର-ପ୍ରନୂତନଙ୍କ ଡେବ୍ୟୁ ଫିଲ୍ମ ‘ନୋଟବୁକ’ର ପ୍ରଥମ ପୋଷ୍ଟର, ଏହି ଦିନ ହେବ ରିଲିଜ

Hindustan Times
24

ବଲିଉଡ ସୁପରଷ୍ଟାର ସଲମାନ ଖାନ ବଲିଉଡରେ ଅନେକ ସେଲିବ୍ରିଟିଙ୍କୁ ଲଂଚ କରିଛନ୍ତି । ଯେଉଁ ଲିଷ୍ଟରେ ସୋନାକ୍ଷୀ ସିହ୍ନା, ସ୍ନେହା ଇଲ୍ଲା, ସୁରଜ ପଞ୍ଚୋଲୀ, ଅଥିଆ ସେଟ୍ଟୀ ଏବଂ ଡେଡୀ ଶାହଙ୍କ ପରି କଳାକାରଙ୍କ ନାମ ରହିଛି । ଏହି ଲିଷ୍ଟରେ ଏବେ ଆଉ ଦୁଇ କଳାକାରଙ୍କ ନାମ ଯୋଡି ହେବାକୁ ଯାଉଛନ୍ତି । ସେମାନେ ହେଲେ ଜହୀର ଇକବାଲ ଏବଂ ପ୍ରନୂତନ । ଏହି ଦୁଇ କଳାକାର ସଲମାନ ଖାନଙ୍କ ବ୍ୟାନରରେ ନିର୍ମିତ ଫିଲ୍ମ ‘ନେଟବୁକ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ପ୍ରଥମ ପୋଷ୍ଟର କିଛି ସମୟ ପୂର୍ବରୁ ରିଲିଜ କରାଯାଇଛି । ଫିଲ୍ମର ପୋଷ୍ଟରକୁ ସଲମାନ ଖାନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ପୋଷ୍ଟର ସେୟାର କରି ସଲମାନ ଲେଖିଥିଲେ, ‘ବିନା ଦେଖାରେ ପ୍ରେମ ହୋଇପାରେ…? ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି ଜହୀର ଇକବାଲ ଏବଂ ପ୍ରନୂତନ…ଏହି ଭିନ୍ନ ପ୍ରେମ କାହଣୀର ନିର୍ଦ୍ଦେଶନା ଦେଇଛନ୍ତି ନିତିନ କକ୍କର ।’ ଫିଲ୍ମ ୨୯ ମାର୍ଚ୍ଚରେ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ଟ୍ରେଲର ୧୭ ଫେବୃଆରୀରେ ରିଲିଜ ହେବ ।

କହିରଖୁଛୁ ଯେ, ଜହୀର ଇକବାନ ଡେବ୍ୟୁ କରିବା ପୂର୍ବରୁ ହିଁ ଚର୍ଚ୍ଚାରେ ରହିଛନ୍ତି । ଅସଲରେ ଜହୂର ନିଜ ଜନ୍ମଦିନ ପାର୍ଟିରେ ଅନେକ ସେଲିବ୍ରିଟିଙ୍କୁ ଇନଭାଇଟ କରିଥିଲେ । ଏହି ପାର୍ଟିରେ ସୋନାକ୍ଷୀ ମଧ୍ୟ ସାମିଲ ହୋଇଥିଲେ । ସୋନାକ୍ଷୀ ଏବଂ ଜହୀର ପାର୍ଟିରେ ଡ୍ୟାନ୍ସ କରିବା ସହିତ ସମୟ ମଧ୍ୟ ବିତାଇଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ କିଛି ବୋଲି ଲୋକେ କହିବା ଆରମ୍ଭ କରିଦେଇଥିଲେ ।

ସେହିପରି ପ୍ରନୂତନ ବଲିଉଡର ଜଣା-ଶୁଣା ଅଭିନେତ୍ରୀ ନୂତନ ଏବଂ ମୋହନୀଶ ବହଲଙ୍କ ଝିଅ । ମୋହନୀଶ ଏହଂ ସଲମାନ ଖାନ ଏକା ସହିତ ଅନେକ ଫିଲ୍ମରେ କାମ କରିଚନ୍ତି । ଏବଂ ଦୁହେଁ ଭଲ ବନ୍ଧୁ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More