Only for Entertainment

ସୋସିଆଲ ମିଡିଆରେ ଏବେ ୫୦୦ଟଙ୍କାକୁ ନେଇ ଆସିଲା ଗୁଜବ ।

naidunia
0 42

ସୋସିଆଲ ମିଡିଆରେ ୫୦୦ଟଙ୍କାକୁ ନେଇ ଗୁଜବ ଏବେ ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ କିଛି ବ୍ୟବସାୟ କ୍ଷେତ୍ରରେ ୫୦୦ଟଙ୍କାକୁ ମତଭେଦ ରହିଛି ଅର୍ଥାତ ୫୦୦ଟଙ୍କା ଫେରସ୍ତ କରାଯାଉଛି । ସୋସିଆଲ ମିଡିଆରେ ଆସୁଥିବା ମେସେଜରେ ସ୍ପଷ୍ଟ ଲେଖାଯାଇଛି ଯେ ସବୁଜ ପଟ୍ଟୀ ଆରବିଆଇ ଗଭର୍ନରଙ୍କ ପାଖରେ ଅଛି, ସେହି ନୋଟ ଗୁଡିକ ଅସଲି ଅଟେ ଏବଂ ଗ୍ରାହକ ଏହି ନୋଟକୁ ହିଁ ନିଅନ୍ତୁ ।

ଏହାସହ ଯେଉଁ ସବୁଜ ପଟ୍ଟୀ ଗାନ୍ଧୀଜୀଙ୍କ ପାଖରେ ରହିଛି ତାହା ନକଲି ଅଟେ । ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ବ୍ୟାଙ୍କ ଅଧିକାରୀ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଏଭଳି କିଛି ନୁହେଁ । ୫୦୦ଟଙ୍କାର କୌଣସି ନକଲି ନୋଟ ଆସୁନଥିବା ବ୍ୟାଙ୍କ ଅଧିକାରୀ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ଅଯଥାରେ ଗୁଜବ ଚାଲିଛି । ଉପଭୋକ୍ତାଙ୍କୁ ଏଭଳି ଗୁଜବ ଉପରେ ଧ୍ୟାନ ନଦେବା ଲାଗି କହିଛନ୍ତି । ଆରବିଆଇ ଦ୍ୱାରା ଏବେ ପର୍ଯ୍ୟନ୍ତ କୌଣସି ଆଲର୍ଟ ଜାରି ହୋଇ ନାହିଁ । ଏହିଭଳି ସୋସିଆଲ ମିଡିଆରେ ୧୦ଟଙ୍କାକୁ ନେଇ ମଧ୍ୟ ଗୁଜବ ହୋଇଥିଲା, ଯାହାର ପ୍ରଭାବରୁ ରାଜଧାନୀରେ ୧୦ଟଙ୍କା ମୁଦ୍ରା ଚାଲିବା ବନ୍ଦ ହୋଇଗଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More