Only for Entertainment

ଡ୍ରେସ କାରଣରୁ ଟ୍ରୋଲ ହେଲେ କାଜୋଲ-ଅଜୟଙ୍କ ଝିଅ !

41

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜୋଲ ନିଜ ଫ୍ୟାମିଲି ସହ ଛୁଟି ଶେଷ କରି ଘରକୁ ଫେରିଛନ୍ତି । ନିକଟରେ ନ୍ୟାସାଙ୍କର କିଛି ଫଟୋ ସାମ୍ନାକୁ ଆସିଛ , ଯାହା ଏୟାରପୋର୍ଟରେ ସ୍ପଟ କରିବା ସମୟର । ସେ ନୀଳ ରଂଗର ହୁଡି ପିନ୍ଧି ଥିବା ନଜର ଆସିଛନ୍ତି ।

ଏହିକାରଣରୁ ନ୍ୟାସା ତାଙ୍କର ଏହି ଲୁକ ପାଇଁ ୟୁଜର୍ସଙ୍କ ଟ୍ରୋଲ ଶିକାର ହେବାକୁ ପଡିଛି । ନ୍ୟାସାଙ୍କ ଏହି ଫଟୋରେ ୟୁଜର୍ସ ଲେଖିଛନ୍ତି ‘ଓ ତେରି , ୟେ ପ୍ୟାଂଟ ପେହେନନା ଭୂଲ ଗୟେ ଅର୍ଥାତ ଆରେ ଏ କଣ ପ୍ୟାଂଟ ପିନ୍ଧିବାକୁ ଭୁଲି ଯାଇଛି । ଏହିଭଳି ଆଉ ଜଣେ ୟୁଜର ମଧ୍ୟ କହିଛନ୍ତି ଯେ ଇଏ କି ଡ୍ରେସ ପିନ୍ଧିଛନ୍ତି । ଆଉ ଜଣେ ୟୁଜର କହିଛନ୍ତି ଯେ ମମ୍ମି ବାପା ତ ଖୁବ ଧନୀ , ତଥାପି… ଦୟାକରି ତାଙ୍କୁ ପ୍ୟାଂଟ ଦିଅ । ଏହିଭଳି ଭଳି କି ଭଳି କମେଂଟ ଶିକାର ହେବାକୁ ପଡିଛି ନ୍ୟାସା ଙ୍କୁ ।

ଏଠାରେ ଆମେ କହି ରଖୁଛୁ ଯେ ନ୍ୟାସା ଏବେ ୧୫ବର୍ଷ ବୟସର ଏବଂ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ତାଙ୍କର ଫଟୋ ଦେଖି ଅନୁମାନ ହେଉଛି ଯେ ସେ ଖୁବ ଶୀଘ୍ର ବଡ ପରଦାରେ ଏଂଟ୍ରି ମାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More