Only for Entertainment

ଓଡିଆ ସ୍ରୋତାଙ୍କୁ ଏଂଟରଟେନ୍ କରିବା ପାଇଁ ମୁକ୍ତିଲାଭ କଲା ରୋମାଂଟିକ୍ ଗୀତ ‘ଓ ୟାରା’

YouTube
71

ପୁଣିଥରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ଅଷିମା ପଣ୍ଡାଙ୍କ ଗାୟିକି । ଏମାନଙ୍କ କମ୍ବିନେସନ୍ ଓଡିଆ ସ୍ରୋତାଙ୍କୁ ପୁଣିଥରେ ପସନ୍ଦ ଆସିପାରିଛି । ଯାହା ଶୁଣିବାକୁ ମିଳିଛି ରୋମାଂଟିକ୍ ଗୀତ ‘ଓ ୟାରା’ରେ । ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ଅଷିମା ପଣ୍ଡାଙ୍କ ଜବରଦସ୍ତ ଗାୟିକି । ଗୀତର ଷ୍ଟୁଡିଓ ଭର୍ସନ୍ ଏବେ ରିଲିଜ୍ ହୋଇଛି । ଆଉ ଏଥିରେ ମନ ଜିଣିଛି ଏମାନଙ୍କ ଗାୟିକି ।

ଷ୍ଟୁଡିଓ ଭିତରେ ଏହି ଦୁଇ କଣ୍ଠଶିଳ୍ପୀ ନିଜ ନିଜ ବେଷ୍ଟ ଦେବାରେ ଲାଗିଛନ୍ତି । ଆଉ ତାଙ୍କର ଏହି ମେହନତ୍ ରଙ୍ଗ ଆଣିଛି ଏହି ଗୀତରେ । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଗୀତରେ ଲିରିକ୍ସ ଦେଇଛନ୍ତି ଅନୀଲ କୁମାର୍ ମହାନ୍ତି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତରେ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ରିଲିଜ୍ ହେବାର ମାତ୍ର ୧୨ ଘଂଟା ଭିତରେ ଏହାକୁ ପାଖାପାଖି ୫୦ ହଜାର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଗୀତର ଚାହିଦା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More