Only for Entertainment

ସଲମାନଙ୍କ ‘ଦବଙ୍ଗ୩’ ଗୀତ ‘ହୁଡହୁଡ ଦବଙ୍ଗ’ରେ ଆପତ୍ତିଜନକ ସିନ !

31

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଦବଙ୍ଗ୩’କୁ ଫ୍ୟାନ୍ସମାନେ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହି ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ଫିଲ୍ମର ଟାଇଟଲ ଗୀତ ‘ହୁଡ ହୁଡ ଦବଙ୍ଗ’କୁ ନେଇ କିଛି ବିବାଦ ଉପୁଜି ଥିଲା ।

ଏହି ଗୀତରେ ସଲମାନଙ୍କ ପଛ ବ୍ୟାକଗ୍ରାଉଣ୍ଡରେ ଡାନ୍ସରମାନେ ସାଧୁଙ୍କ ବେଶରେ ନାଚୁଥିବାର ନଜର ଆସିଥିଲେ । କିଛି ହିନ୍ଦୁବାଦୀ ସଂଗଠନ ଏହା ଉପରେ ଆପତ୍ତି ଉଠାଇ କହିଛନ୍ତି ଯେ ଏହିକାରଣରୁ ଧାର୍ମିକ ଭାବନା ଉପରେ ଆଘାତ ଲାଗିଛି । ଏହାଉପରେ ଫିଲ୍ମ ଟିମ ବୁଝାଇ କହିଥିଲେ ମାତ୍ର କହିବା ପରେ ମଧ୍ୟ ସେମାନେ ଏହା ଉପରେ ଆପତ୍ତି ଜଣାଇଛନ୍ତି ।

ଏବେ ଖବର ଶୁଣିବାକୁ ମିଳିଛି ଯେ ଲୋକମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଚ୍ଚାଇ ଏଥିରେ ଥିବା ସିନକୁ ହଟାଇ ଦିଆଯାଇଛି । ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ସୋସିଆଲ ମିଡିଆରେ କହିଛନ୍ତି ଯେ ସେମାନେ ଗୀତରୁ ଏହି ସିନ ହଟାଇ ନେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସୁପରହିଟ ଦବଙ୍ଗ ସିରିଜର ଏହା ୩ୟ ଫିଲ୍ମ ଅଟେ ଯାହା ୨୦ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More