Only for Entertainment

ୟୁପିର ଏହି ଥାନାରେ ଜନ୍ମାଷ୍ଟମୀ ନାମରେ ହେଲା ଅଶ୍ଳୀଳ ଡ୍ୟାନ୍ସ, ବାର ବାଲାଙ୍କ ଉପରେ ଉଡ଼ାଗଲା ନୋଟ୍, ଦେଖନ୍ତୁ ଭାଇରାଲ ଭିଡ଼ିଓ

punjabkesari
43

ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଜନ୍ମାଷ୍ଟମୀ ଉତ୍ସବ ନାମରେ ଅଶ୍ଳୀଳ ଡ୍ୟାନ୍ସ କରିବାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଥାନାରେ ରାତି ସାରା ଡ୍ୟାନ୍ସ ଚାଲିଲା ଏବଂ ପ୍ରଚୁର ଟଙ୍କା ମଧ୍ୟ ଉଡ଼ାଗଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଖବର ପାଇଁ କହିରଖୁଛୁ ଅଦଲହାଟ ଥାନାରେ ଜନ୍ମାଷ୍ଟମୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ରଖା ଯାଇଥିଲା । ଥାନାରେ ଚାକଚକ୍ୟ ମଂଚ ମଧ୍ୟ ନିର୍ମାଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅକେଷ୍ଟ୍ରା ଟିମଙ୍କର ଦୁଇଟି ବାର ବାଲାଙ୍କୁ ଡକା ଯାଇଥିଲା । ଉଚ୍ଚ ଶବ୍ଦରେ ବାଜି ଉଠୁଥିଲା ଭୋଜପୁରୀ ଗୀତ । ଏହି ସମୟରେ କେତେକ ଲୋକ ଝିଅ ମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛି । କେବଳ ସେତିକି ନୁହେଁ ଡ୍ୟାନ୍ସ କରୁଥିବା ଝିଅଙ୍କ ଉପରେ ଟଙ୍କା ମଧ୍ୟ ଉଡ଼ାଉ ଥିବାର ଦେଖିବାକୁ ମିଳିଛି ।

 

ଘଟଣାକୁ ନେଇ ପୋଲିସ ଅଧିକାରୀ ଅବଧେଶ ପାଣ୍ଡେୟଙ୍କ କହିବା ମୁତାବକ ତାଙ୍କୁ ଆପତ୍ତିଜନମ ଫଟୋ ଭାଇରାଲ ହେଉଥିବାର ଖବର ମିଳିଛି । ଏହା ଉପରେ ଯାଂଚ କରିବା ପାଇଁ କୁହାଯାଇଛି । ଯାହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More