Only for Entertainment

ପିଲା ନା ମେସିନ! ଆଶ୍ଚର୍ଯ୍ୟ କରିଦେବ ଷ୍ଟଂଟ

dainik jagran
105

କୋଲକାତାର ଜଶିକା ଖାନ ଏବଂ ମୋହମ୍ମଦ ଅଜାଜୁଦ୍ଦିନଙ୍କ ଭାଇରାଲ ଭିଡ଼ିଓ ପରେ ଏବେ ଆଉ ଏକ ପିଲାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପିଲାଟିର ଭିଡ଼ିଓ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆପଣ ମଧ୍ୟ ଭିଡ଼ିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା ।

ପିଲାଟି ବିନା ଅଟକି ପ୍ରାୟ ୩୦ ଥର ଷ୍ଟଂଟଟି କରୁଛି । ତା’ର ଶାରୀରିକ କ୍ଷମତା ଏବଂ କୌଶଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଅବଶ୍ୟ ଭିଡ଼ିଓଟି କେଉଁ ସ୍ଥାନର ଏବଂ କେବେ ସୁଟ କରାଯାଇଛି ଏହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

 

ଟ୍ୱିଟରରେ ଶେୟାର କରାଯାଇଥିବା ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଏକ ଲକ୍ଷରର ଅଧିକ ଲୋକ ଦେଖି ସାରିଛନ୍ତି । ୧୬ ହଜାରକୁ ଅଧିକ ଲାଇକ କରିଛନ୍ତି ଏବଂ ୬ ହଜାରରୁ ଅଧିକ ରିଟ୍ୱିଟ କରିଛନ୍ତି । ଭିଡ଼ିଓକୁ ସୋମବାର ରାତିରେ ଶେୟାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More