Only for Entertainment

ହିନ୍ଦୀ ସିରିଅଲରେ ମଚିଲା ଓଲିଉଡ଼ ଅଭିନେତ୍ରୀଙ୍କ ଯାଦୁ, ପ୍ରକୃତି ମିଶ୍ରଙ୍କ ପରେ ଏବେ ସମ୍ଭାବନା ମହାନ୍ତି !

68

ଧୀରେ ଧୀରେ ଓଡ଼ିଆ ଅଭିନେତ୍ରୀ ହିନ୍ଦୀ ସିରିଅଲ ଆଡକୁ ମୁହାଇଲେଣି । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏକ ଭିଡ଼ିଓ ରେ ଜାଣିବାକୁ ମିଳିଛି । ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର ହିନ୍ଦୀ ଡେଲି ଧାରାବାହିକ ରେଛୋଟ ପରଦାରେ ଅଭିନୟ ଯାଦୁ ଦେଖାଇବା ପରେ ଏବେ ଆଉ ଜଣେ ଓଲିଉଡ ଅଭିନେତ୍ରୀ ନଜର ଆସିଛନ୍ତି ଜୀଟିଭିରେ ଆସିବାକୁ ଥିବା ଏକ ସିରିଅଲ ‘ରାଜା ବେଟା’ପ୍ରମୋରେ ନଜର ଆସିଛନ୍ତି ।

ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା ମହାନ୍ତି । ଓଲିଉଡ ରେ ଫିଲ୍ମ କଲା ପରେ ଏବେ ସେ ଜୀ ଟିଭିରେ ପ୍ରସାରିତ ହେବାକୁ ଥିବା ସିରିଅଲ ରାଜା ବେଟା ରେ ମୁଖ୍ୟ ଭୂମିକା ରେ ନଜର ଆସିବେ । ଏବେ ଏହି ସିରିଅଲର ସୁଟିଂ ରାଜସ୍ଥାନ ରେ ଚାଲିଛି । ତେବେ ଏହି ସିରିଅଲ ତାଙ୍କୁ କେତେ ଦୂରକୁ ନେଉଛି ତାହା କେବଳ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More