Only for Entertainment

ତେଲଗୁ ଫିଲ୍ମ ‘ବିକ୍ରମ ରେଡ୍ଡୀ’ରେ ନଜର ଆସିବେ ଓଲିଉଡ ଷ୍ଟାର ସମ୍ବିତ

facebook of sambit
59

ଓଲିଉଡର ହ୍ୟାଣ୍ଡସମ୍ ହିରୋ ସମ୍ବିତ୍ ଆଗରୁ ‘ଲାଲି ଜୋ ଲାଲି ଜୋ’ ଟାଇଟଲ୍ ନିର୍ମିତ ଏକ ତେଲୁଗୁ ସିନେମାରେ ହିରୋ ଭାବେ କାମ କରିଥିଲେ । ମାତ୍ର ଏହି ସିନେମାଟି ଏ ଯାଏଁ ରିଲିଜ୍ ହୋଇନାହିଁ । ଏଣେ ସେ ଅନ୍ୟ ଏକ ବିଗ୍ ବଜେଟ୍ ତେଲୁଗୁ ସିନେମାର ସୁଟିଂ ଜୋରସୋରରେ ଚଳାଇଥିବାର ଖବର ମିଳିଛି ।

ହଁ ସମ୍ବିତ ଯେଉଁ ନୂଆ ତେଲୁଗୁ ସିନେମାରେ କାମ କରୁଛନ୍ତି, ତାହାର ଟାଇଟଲ୍ ହେଲା ‘ବିକ୍ରମ ରେଡ୍ଡୀ’ । ଏହା ଏକ ଆକ୍ସନ ଫିଲ୍ମ, ୨୦୧୭ରେ ରିଲିଜ୍ ହୋଇଥିବା ସୁପରହିଟ୍ ତେଲୁଗୁ ସିନେମା ‘ଅର୍ଜୁନ ରେଡ୍ଡୀ’ର ସିକ୍ୱେଲ୍ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ । ‘ବିକ୍ରମ ରେଡ୍ଡୀ’ ସିନେମାରେ କେବଳ ସମ୍ବିତ ଏକମାତ୍ର ଓଡ଼ିଆ କଳାକାର ନୁହଁନ୍ତି, ବରଂ ଏଥିରେ ଆଉ ଦୁଇଜଣ ଜଣାଶୁଣା ଓଲିଉଡର ଅଭିନେତା ବି କାମ କରୁଛନ୍ତି । ଏ ଦୁହେଁ ହେଲେ ସମରେଶ ରାଉତରାୟ ଓ ଶ୍ରୀତମ ଦାସ । ‘ବିକ୍ରମ ରେଡ୍ଡୀ’ ଏକ ଆକ୍ସନ ଭିତିକ ଚଳଚ୍ଚିତ୍ର ।

ପୂର୍ବରୁ ସମ୍ବିତ୍ ଯେଉଁ ତେଲୁଗୁ ସିନେମାରେ କାମ କରିଥିଲେ, ତାହା ଥିଲା ଏକ ରୋମାଣ୍ଟିକ୍ ଫିଲ୍ମ । ଏଣେ ସମ୍ବିତ୍ ଆଚାର୍ଯ୍ୟଙ୍କର ସଦ୍ୟତମ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ ରିଲିଜ୍ ହୋଇଛି । ଯେଉଁଥିରେ ସମ୍ବିତଙ୍କ ବିପକ୍ଷରେ ରୀୟା ଦେ ନଜର ଆସିଥିଲେ । ତେଣେ ସମ୍ବିତଙ୍କ ଅନ୍ୟ ଏକ ସିନେମା ‘ଯେଉଁଠି ଥିଲେ ବି ତୁ ମୋର’ ରିଲିଜ୍ ଅପେକ୍ଷାରେ ରହିଛି । ଏହା ଛଡା ସମ୍ବିତ୍ ଚଳିଚ୍ଚିତ୍ର ପ୍ରୟୋଜନାରେ ବି ପ୍ରବେଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More