Only for Entertainment

ପଦ୍ମ ଧରିଲେ ଅଭିନେତ୍ରୀ ବିଦୁସ୍ମିତା, ବଲାଙ୍ଗୀର ବିଧାନସଭା ଆସନରୁ ଲଢି ପାରନ୍ତି ନର୍ବାଚନ

sambad
92

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାରମାନେ ବିଗତ ଦିନମାନଙ୍କରେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ମଧରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ମିହିର ଦାସ, ମହାଶ୍ୱେତା,ଅନୁ ଚୌଧୁରୀ, ମନ୍ମଥ ମିଶ୍ର, ଅପରାଜିତା ମହାନ୍ତି ପ୍ରମୁଖଙ୍କ ନାଆଁ ଉଲ୍ଲେଖଯୋଗ୍ୟ।

ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବିଦୁସ୍ମିତା । ବିଦୁସ୍ମିତା ଓଡ଼ିଆ ସିନେମା ଏବଂ ଟେଲି ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ସେ ଜଣେ ହଟ୍‌ ଆଇଟମ୍‌ ଗାର୍ଲଭାବେ ମଧ୍ୟ ବେଶ ପରିଚିତା। ସେ ଆଲବମ୍‌ ଜଗତରେ ବି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ସେ ବିବାହପରେବି ଅଭିନୟରେ ସକ୍ରିୟ ଅଛନ୍ତି। ବିଦୁସ୍ମିତାଙ୍କ ସ୍ୱାମୀ ଅନନ୍ତ ଦାଶ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More