Only for Entertainment

ହ୍ୟୁମାନ୍ ସାଗର୍ ଓ ଦୀପ୍ତିରେଖାଙ୍କ କଣ୍ଠରୁ ମ୍ୟୁଜିକ୍ ଭିଡିଓ ‘ତୁ ମୋର’ ଅତିକ୍ରମ କଲା ୧ଲକ୍ଷରୁ ଉଦ୍ଧ୍ୱର୍ ଭ୍ୟୁ !

148

ଏକ ମନଛୁଆଁ ଲଭଷ୍ଟୋରୀକୁ ନେଇ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ ‘ତୁ ମୋର’ । ସାବିତ୍ରୀ ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଗୀତଟି । ଏହି ମ୍ୟୁଜିକ ଭିଡିଓରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଅମରଜିତ୍ ଓ ରିଚ୍ଚା । ଦୁହିଁଙ୍କୁ ନେଇ ଏକ ରୋମାଂଟିକ୍ ଷ୍ଟୋରୀକୁ ପିକ୍ଚରାଇଜ୍ କରାଯାଇଛି ଏହି ଗୀତରେ । କଟକର ଭିନ୍ନ ଭିନ୍ନ ଲୋକେସନରେ ଗୀତଟିର ସୁଟିଂ କରାଯାଇଛି । ଯାହା ଏହି ମ୍ୟୁଜିକ୍ ଭିଡିଓକୁ କରିଛି ଆହୁରି ଆକର୍ଷଣୀୟ ।

ଏହି ମନଛୁଆଁ ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର୍ ଓ ଦୀପ୍ତିରେଖାଙ୍କ ଆକର୍ଷଣୀୟ ଗାୟିକୀ, ଯାହା ଏହି ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିନାଶ ମିଶ୍ର । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି ପୁଷ୍ପକ୍ ପରିଡା । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରଜତ ପରିଡା । ୟୁଟୁବରେ ରିଲିଜ୍ ହେବା ପରେ ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟି ରିଲିଜ୍ ହେବା ପରେ ଏହାକୁ ୧ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More