Only for Entertainment

ଏଥର ରଜରେ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ ସ୍ୱରାଜ-ଭୂମିକା, ଟିଜର ରିଲିଜ !

69

ଏଥର ରଜରେ ପରଦାକୁ ଆସୁଛି ତୁ ମୋ ଲଭ ଷ୍ଟୋରୀ୨ । ପୁଣିଥରେ ପରଦାରେ ଏକାଠି ରୋମାନ୍ସ କରିବେ ଭୂମିକା ଏବଂ ସ୍ୱରାଜ । ଦୁହିଁଙ୍କ ଲଭ ଷ୍ଟୋରୀ ଦେଖିବାକୁ ମିଳିବ । ଅସଲରେ ଆଗରୁ ଯେଉଁ ତୁ ମୋ ଲଭ ଷ୍ଟୋରୀ ରିଲିଜ ହୋଇଥିଲା ଯାହା ଦର୍ଶକଙ୍କୁ ଖୁବ ଭଲ ଲାଗିଥିଲା । ତେବେ ଏହି ଫିଲ୍ମର ଆଉ ଏକ ପାର୍ଟ ରିଲିଜ ହେବାକୁ ଯାଉଛି । ଯାହା ରଜ ମଜାକୁ କରିବ ଆହୁରୀ ଶାନଦାର ।

କୁହୁ ସିନେ ଫ୍ଲିକ୍ସ ନିବେଦିତ ତଥା ଶୁଭେନ୍ଦୁ ସାହୁ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିଦେର୍ଶନା ଦେଇଛନ୍ତି ତାପସ ସରଘରିଆ। ତେବେ ପୂର୍ବରୁ ତାପସଙ୍କ ଦ୍ୱାରା ନିର୍ଦେଶିତ ତୁମୋ ଲଭଷ୍ଟୋରୀର ଯୋଡି ସ୍ୱରାଜ – ଭୂମୀକାଙ୍କୁ ଏଥିରେ ପୁଣିଥରେ ସୁଯୋଗ ଦିଆଯାଇଥିବା ବେଳେ ତାଙ୍କ ନିର୍ଦେଶିତ ଅନ୍ୟ ଏକ ଚଳଚିତ୍ର ପହିଲି ରଜର ଯୋଡି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୂରୀ ମଧ୍ୟ ଅଭିନୟ କରିବେ।

ଅନ୍ୟମାନଙ୍କ ମଧ୍ୟରେ ମଣ୍ଟୁ, ପାର୍ଥ, ଶକ୍ତି ବରାଳ ପ୍ରମୁଖ ଅଭିନୟ କରୁଥିବା ବେଳେ ଚଳଚ୍ଚିତ୍ରର ସୁଟିଂ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କ୍ରୁଇଜ ଜାହାଜରେ ହୋଇଛି। ଛଅ ଗୋଟି ଗୀତ ସହିତ ସିନେମାଟି ନୂଆ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ତାହା ଓଡିଆ ସିନେ ପ୍ରେମୀଙ୍କୁ ନିଶ୍ଚିତ ଭଲ ଲାଗିବ ବୋଲି ନିଦେର୍ଶକ ତାପସ ସରଘରିଆ କହିଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି ।

 

View this post on Instagram

 

Tu mo love story 2 1st teaser out.. @swarajbarik_ @bhoomika.dash65

A post shared by ODIA FILM CRITICS (@odiafilmcritics) on


କ୍ୟାମେରା ନିଦେର୍ଶନା ରବିନ୍ଦ୍ର ବେହେରା, ସଂଳାପ ଦିଲିପ ଚୌଧୁରୀ, ନୃତ୍ୟ ନିର୍ଦେଶନା ଗିରିଶ ମହାନ୍ତି, ସଂଗୀତ ନିର୍ଦେଶନା ପ୍ରେମାନନ୍ଦ ଓ ବସନ୍ତରାଜ ସାମଲ ଗୀତ ରଚନା କରିଛନ୍ତି। ପ୍ରେଯୋଜକ ଶୁଭେନ୍ଦୁ ସାହୁ ପୂର୍ବରୁ ଦୁଇ ଗୋଟି ଚଳଚ୍ଚିତ୍ରରେ ସହ ପ୍ରେଯାଜକ ରହିସାରିଥିବା ବେଳେ ପ୍ରଥମ ଥର ପାଇଁ ନିଜର ପ୍ରଯୋଜନାସଂସ୍ଥା କୁହୁ ସିନେ ଫ୍ଲିକ୍ସ ଦ୍ୱରା ତୁ ମୋ ଲଭ ଷ୍ଟୋରୀ-୨ ନିର୍ମାଣ କରୁଥିବା ଓ ତରଙ୍ଗ ସିନେ ପ୍ରଡକ୍ସନ ଏଥିରେ ସହାୟତା କରୁଥିବା କହିଛନ୍ତି। ତେବେ ଏହି ଚଳଚ୍ଚିତ୍ରଟି ପୂର୍ବ ଚଳଚିତ୍ରର ସିକୁଏଲ ନୁହେଁ ବୋଲି ନିର୍ଦେଶକ ତାପସ ସରଘରିଆ ସ୍ପଷ୍ଟ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More