Only for Entertainment

ଆକ୍ସନ୍-ରୋମାଣ୍ଟିକ୍ କାହାଣୀକୁ ନେଇ ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ବୈଶାଳୀ’

93

ରୋମାଣ୍ଟିକ୍ ଷ୍ଟୋରୀ ଲାଇନ୍, ନାୟିକାଙ୍କ ଡବଲ୍ ରୋଲ୍ ଆଉ ଜବରଦସ୍ତ ଫାଇଟ୍ । ଏସବୁ କମ୍ବିନେସନରେ ଓଲିଉଡ୍ ପରଦାକୁ ଆସିଲା ଚଳଚ୍ଚିତ୍ର ‘ବୈଶାଳି’ । ଫିଲ୍ମରେ ନାୟକ ଭାବେ ଡକ୍ଟର୍ ପ୍ରୀତ୍ ଓ ଅଭିଷେକ ରଥଙ୍କୁ ଦେଖିବାକୁ ମିଳିଛି । ସେହିପରି ଏହି ସିନେମାରେ ନାୟିକା ଭାବେ ନବାଗତ ସୁନ୍ଦରୀ ସୁମନ ପ୍ରିୟା ନଜର ଆସିଛନ୍ତି । ତେବେ ଫିଲ୍ମରେ ରିହିଛି ସୁମନଙ୍କର ଡବଲ୍ ରୋଲ୍ । ସେପଟେ ଡକ୍ଟର୍ ପ୍ରୀତ୍ ମଧ୍ୟ ଏହି ସିନେମା ଜରିଆରେ ଓଲିଉଡ୍ କରିଛନ୍ତି ଡେବ୍ୟୁ ।

ଅନ୍ୟପଟେ ଅଭିନେତା ଅଭିଷେକ ରଥଙ୍କ ଦମଦାର୍ ଆକ୍ସନ୍ ବି ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ବିଜୟ ମହାନ୍ତି, ପୃଥ୍ୱୀରାଜ ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି । ଏକ ନିଆରା ରୋମାଂଟିକ୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ବୈଶାଳି । ବୈଶାଳି ପ୍ରଡକ୍ସନ୍ ବ୍ୟାନର୍ର ପ୍ରଥମ ଅବଦାନ ଏହି ସିନେମାର ପ୍ରଯୋଜନା କରିଛନ୍ତି ସୁଧିର୍ କୁମାର୍ ।

ଫିଲ୍ମର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଆଶୁତୋଷ ଦାସ୍ । ସିନେମାରେ ସଙ୍ଗୀତର ଭାର ତୁଲାଛନ୍ତି ଅଭିଜୀତ ମଜୁମଦାର୍ । ଆକର୍ଷଣୀୟ ଗୀତ ଗୁଡିକୁ ଏହି ଫିଲ୍ମରେ ମେକର୍ ସ୍ଥାନ ଦେଇଛନ୍ତି । ଯାହା ଅଲରେଡି ସ୍ରୋତାଙ୍କୁ ପସନ୍ଦ ଆସି ପାରିଛି । ଏବେ ଦେଖିବାକୁ ବାକି ରହିଲା ଫିଲ୍ମକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More