Only for Entertainment

ବିଜୁବାବୁ ଫିଲ୍ମରେ ଦେଖିବାକୁ ମିଳିବ ପୁରୁଣା ଓଡିଆ ଗୀତ ‘ଅଭିମାନିନୀ’ର ରିମେକ୍ ଭର୍ସନ !

62

ଚଳଚ୍ଚିତ୍ର ବିଜୁ ବାବୁ ପାଇଁ ଫିଲ୍ମ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପ୍ରସ୍ତୁତ କରିଛନ୍ତି କ୍ଲାସିକ୍ ଓଡିଆ ଗୀତ ‘ଅଭିମାନିନୀ’ର ରିମେକ୍ ଭର୍ସନ୍ । ଏହି ସିନେମା ପାଇଁ ଖାସ୍ କରି ଏହି କ୍ଲାସିକ୍ ଗୀତକୁ ରିକ୍ରିଏଟ୍ କରିଛନ୍ତି ମେକର୍ । ଗୀତଟି ଅଭିନେତ୍ରୀ ସୁପ୍ରିୟାଙ୍କ ସିନେମାର ଇଟ୍ରୋଡକ୍ସନ୍ ଗୀତ ହେବାକୁ ଯାଉଛି । ଆକର୍ଷଣୀୟ ଲୋକେସନ୍ ଆଉ ସୁନ୍ଦର ପିକ୍ଚରାଇଜେସନ୍ ଏହି ଗୀତକୁ କରିଛି ଖାସ୍ । ଅଭିନେତ୍ରୀ ସୁପ୍ରିୟା ନାୟକ ମାତ୍ର କିଛି ସିନେମାରେ ଅଭିନୟ କରି ନିଜକୁ ଓଲିଉଡରେ ପ୍ରତିଷ୍ଠିତ କରି ପାରିଛନ୍ତି । ଆଉ ଏଥର ବିଗ୍ ବ୍ୟାନର୍ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିଛି ତାଙ୍କୁ ଏହି ସିନେମାରେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ସୁପ୍ରିୟା । ଆଉ ତାଙ୍କୁ ନେଇ ଏଭଳି ଏକ ମନଛୁଆଁ ଗୀତ ପ୍ରସ୍ତୁତ କରିଛନ୍ତି ମେକର୍ । ନୂଆ ଲିରିକ୍ସ ଆଉ ନୂଆ ଧୁନ୍ ସହ ଏଭଳି ଏକ ମନଛୁଆଁ ଗୀତ ପ୍ରସ୍ତୁତ କରାଯାଇଛି । ଏହି ରିମେକ ଭର୍ସନରେ କଣ୍ଠଦାନ କରିଛନ୍ତି ଦୀପ୍ତିରେଖା ପାଢି । ପ୍ରେମ ଆନନ୍ଦଙ୍କ ସଙ୍ଗୀତ ସହ ଦୀପ୍ତିରେଖାଙ୍କ ଗାୟିକି ଏହି ଗୀତକୁ କରିଛି ଆହୁରି ଖାସ୍ । ଏହି ରିମେକ୍ ଭର୍ସନ୍ ଗୀତର ଲିରିକ୍ସର ଭାର ତୁଲାଇଛନ୍ତି ସୁବ୍ରତ ସ୍ୱାଇଁ ।

ଦେଖନ୍ତୁ ଗୀତ ରେକର୍ଡିଂର ଝଲକ । ଷ୍ଟୁଡିଓ ଭିତରେ ଗୀତ ରେକର୍ଡିଂ କରାଉଛନ୍ତି କଣ୍ଠଶିଳ୍ପୀ ଦୀପ୍ତିରେଖା । ଆଉ ତାଙ୍କୁ କମାଣ୍ଡ ଦେଉଛନ୍ତି ମ୍ୟୁଜିକ୍ କମ୍ପୋଜର୍ ପ୍ରେମ ଆନନ୍ଦ । ନିଜ ଆକର୍ଷଣୀୟ ସଙ୍ଗୀତ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇପାରିଛନ୍ତି ମ୍ୟୁଜିକ୍ ଡିରେକ୍ଟର୍ ପ୍ରେମ ଆନନ୍ଦ । ଆଉ ଏହି ଗୀତରେ ବି ଶୁଣିବାକୁ ମିଳିଛି ତାଙ୍କ ସଙ୍ଗୀତର ଯାଦୁ । ଚଳଚ୍ଚିତ୍ର ବିଜୁ ବାବୁ ଏକ ଆକ୍ସନ୍ – ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ନୀଳ ମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରକାଶ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବି ପ୍ରଶାଦ ଲେଙ୍କା ଓ ବିଶାଲ୍ ମୌର‌୍ୟା । ଖୁବଶୀଘ୍ର ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More