Only for Entertainment

ଅଭିନେତ୍ରୀ ମହିମାଙ୍କ ପ୍ରେମରେ ପଡ଼ିଯାଇଛନ୍ତି ଓଲିଉଡ ଅଭିନେତା ସୋହନ

orissa post
28

ନାୟକ ସୋହନ ଏବେ ମହିମାଙ୍କ ପ୍ରେମରେ ପଡ଼ି ଯାଇଛନ୍ତି । ଆମେ ଏଠାରେ ସୋହନଙ୍କ ରିଅଲ ଲାଇଫ ନୁହେଁ ବରଂ ରିଲ ଲାଇଫର କଥା ଆଲୋଚନା କରୁଛୁ । ସୋହନ ଓ ମହିମାଙ୍କ ପ୍ରେମକୁ ନେଇ ନୂଆ ଚଳଚ୍ଚିତ୍ର ‘ଲଭ ୟୁ ପ୍ରିୟା’ ନିର୍ମାଣ ହେଉଛି । ଜେଏଚବି ଟିଭି ନିବେଦିତ ଏ ଚଳଚ୍ଚିତ୍ର ପଯୋଜନାରେ ଜୟସେନ ଥିବାବେଳେ ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ ପ୍ରସ୍ତୁତିରେ ଅଛନ୍ତି ବିବେକ କୁମାର । ଆଶୁତୋଷ ବାରିକଙ୍କ ସଂଳାପ ଓ ଅଶେଷ କୁମାରଙ୍କ ସ୍ୱର ସଂଯୋଜନା ଏହାକୁ ସମୃଦ୍ଧ କରିଛି ।

 

ସୋହନ ଏବଂ ମହିମାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଜୀବନ ପଣ୍ଡା, ଭୂପତି,ପୃଥ୍ୱୀରାଜ, ଗୁଡୁ, ପୁଷ୍ପା ପଣ୍ଡା, ମିତା ଚକ୍ରବର୍ତ୍ତୀ, ଜୟସେନ ଓ ରାଜା ପ୍ରମୁଖ ନଜର ଆସିବେ । ପ୍ରେମ ଏବଂ ପାରିବାରିକ ଆବେଗର କାହାଣୀ ଏଥିରେ ଦେଖିବାକୁ ମିଳିବ ।

କହିରଖୁଛୁ ଓଡ଼ିଆ ଫିଲ୍ମ କ୍ରିଟିକ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ଫିଲ୍ମ ଦୀପାବଳୀ ଉପଲକ୍ଷେ ରିଲିଜ ହେବ ବୋଲି ମଧ୍ୟ କ୍ୟାପ୍ସନରେ ଲେଖିଛନ୍ତି । ତେବେ ଫିଲ୍ମକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଚଚର୍ଚ୍ଚା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More