Only for Entertainment

ଚିକିତ୍ସାଧିନ ଅବସ୍ଥାରେ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ନିଧନ

ost
45

ପରପାରିରେ ଭେଟରାନ୍ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ । ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଆଥ୍ରାଇଟ୍ସ ରୋଗରେ ପିଡିତ ହୋଇ ସେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏହାସହ ତାଙ୍କର କିଡ୍ନୀରେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ତେବେ ତାଙ୍କୁ ଗତ କିଛିଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ପୁଣେ ଫିଲ୍ମ ଇନଷ୍ଟିଚ୍ୟୁଟରେ ଡିଗ୍ରୀ ହାସଲ କରିବା ପରେ ଅନେକ ବର୍ଷ ମୁମ୍ବାଇରେ କାମ କରିଥିଲେ ଚକ୍ରଧର ସାହୁ । ନୀଳ ମାଷ୍ଟ୍ରାଣୀ, ତମକୁ ପାରୁନି ତ ଭୁଲି, କେବେ ତମେ ନାହଁ କେବେ ମୁଁ ନାହିଁ ଭଳି ଏକାଧିକ ସିନେମା ଓଡିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ନିର୍ଦ୍ଦେଶକ ଚକ୍ରଧର ସାହୁ । ତାଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ମିମାଂଶା ୨୦୧୬ରେ ମୁକ୍ତିଲାଭ କରିଥିଲା । ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More