Only for Entertainment

ରିଲିଜ ହେଲା ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ର ଆଉ ଏକ ମନଛୁଆଁ ଗୀତ ‘ଏ କେଉଁ ଋତୁ’ର ଷ୍ଟୁଡିଓ ଭର୍ସନ୍ !

48

ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ର ଆଉ ଏକ ମନଛୁଆଁ ଗୀତ ‘ଏ କେଉଁ ଋତୁ’ର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ଏଠାରେ ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀ । ପୁଣିଥରେ ଦୀପ୍ତିରେଖାଙ୍କ ଆକର୍ଷଣୀୟ ଗାୟିକୀର ଯାଦୁ ଶୁଣିବାକୁ ମିଳିଛି ଏହି ଗୀତରେ । ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ରେ ସଙ୍ଗୀତର ଭାର ତୁଲାଇଛନ୍ତି ମ୍ୟୁଜିକ୍ ସାଇଁଟିଷ୍ଟ ପ୍ରେମ ଆନନ୍ଦ । ପ୍ରତ୍ୟେକ ଥର ଭଳି ଏହି ସିନେମାରେ ନିଜ ସଙ୍ଗୀତର ମ୍ୟାଜିକ୍ ଭେଟି ଦେଇଛନ୍ତି ପ୍ରେମ ଆନନ୍ଦ । ସିନେମାରେ ସ୍ଥାନ ପାଇଥିବା ପ୍ରତ୍ୟେକ ଗୀତର ଲିରିକ୍ସ ଦେଇଛନ୍ତି ଗୀତିକାର ବସନ୍ତରାଜ ସାମଲ୍ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।


ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଥିବାବେଳେ ସିନେମାରେ ନାୟକ ଭାବେ ଜ୍ୟୋତି ଓ ଅମ୍ଳାନଙ୍କୁ ଦେଖିବାକୁ ମିଳିବ । ଆଉ ଏହି ସିନେମାରେ ନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ପିଂଟୁ ନନ୍ଦ, ପ୍ରଜ୍ଞା, ପୂଜା, କଳାକାରଙ୍କୁ ଦେଖିବାକୁ ମିଳିବ ଏହି ସିନେମାରେ । ରିସ୍ତା ୱେଭ୍ସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More