Only for Entertainment

ଖୁବ ଶୀଘ୍ର ପରଦାକୁ ଆସିବ ‘ଲଭ ୟୁ ପ୍ରିୟା’, ପ୍ରେମ ସହିତ ରହିଛି ପାରିବାରିକ କାହାଣୀ

google
45

ନିକଟରେ ନୂଆ ଓଡିଆ ଫିଲ୍ମ ‘ଲଭ୍‍ ୟୁ ପ୍ରିୟା’ର ସୁଟିଂ ଶେଷ ହୋଇଛି । ଖୁବ୍‍ଶୀଘ୍ର ଏହା ରିଲିଜ୍‍ ହେବ ବୋଲି ଜଣାଯାଇଛି । ଏହାର ଅଧିକାଂଶ ସୁଟିଂ ଭୁବନେଶ୍ୱର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଛି । ଜେଏଚ୍‍ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଲଭ୍‍ ୟୁ ପ୍ରିୟା’ ଏକ ପ୍ରେମ କାହାଣୀ ବୋଲି ବୁଝାପଡ଼ୁଥିଲେ ହେଁ ଏଥିରେ କେବଳ ପ୍ରେମ ନାହିଁ, ପାରିବାରିକ କାହାଣୀ ଅଛି, ହସ-କାନ୍ଦ, ମିଳନ-ବିଚ୍ଛେଦ ଆଦି ରହିଛି ।

ଫିଲ୍ମରେ କମେଡି ସାଙ୍ଗକୁ ଭଲ ସଂଗୀତ ବି ରହିଛି । ସମାଜରେ ବର୍ତ୍ତମାନ ଦିବ୍ୟାଙ୍ଗମାନେ କିଭଳି ନାନା ପ୍ରକାରର ଅବହେଳାର ଶିକାର ହେଉଛନ୍ତି, ତାହା ଏ ଫିଲ୍ମର କଥାବସ୍ତୁ । ପୁଣି ବର୍ତ୍ତମାନ ସମାଜରେ ବ୍ୟାପିଥିବା ହିଂସା, ଈର୍ଷା, ଦ୍ୱେଷକୁ ଦୂର କରିବା ପାଇଁ ଗରିବ ଯୁବକ ଜଣେ କିଭଳି ନିଜ ଜୀବନକୁ ବାଜି ଲଗାଇଦେଉଛି, ତା’ର କାହାଣୀ ଏଥିରେ ଦର୍ଶକ ଦେଖିବାକୁ ପାଇବେ ।

ଜୟ ସେନ୍‍ଙ୍କ ପ୍ରଯୋଜିତ ଏ ସିନେମାର ନାୟକ ଏବଂ ନାୟିକା ଭୂମିକାରେ ଅଛନ୍ତି ସୋହମ୍‍ ସିଂ ଓ ମହିମା । ସୋହମ୍‍ ସିଂଙ୍କୁ ଆଗରୁ ଦର୍ଶକ ‘ଅଜାତଶତ୍ରୁ’ ଏବଂ ମହିମାଙ୍କୁ ‘ଚାଲ ଟିକେ ଦୁଷ୍ଟ ହେବା’ ସିନେମାରେ ଦେଖିବାକୁ ପାଇଛନ୍ତି । ‘ଲଭ ୟୁ ପ୍ରିୟା’ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଜୀବନ ପଣ୍ଡା, ଟୁନା ଟନ୍‍ଟନ୍‍, ମିତା ଚକ୍ରବର୍ତ୍ତୀ, ପ୍ରୀତିରାଜ, ପୁଷ୍ପା ପଣ୍ଡା, ରାଜା ଏବଂ ନିକି ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ଓ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ । ଏହାର ନିର୍ଦ୍ଦେଶକ ହେଲେ ବିବେକ କୁମାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More