ଓଲିଉଡ୍ ପରଦାରେ କମାଲ୍ ଦେଖାଇଥିବା ଚଳଚ୍ଚିତ୍ର ‘ପ୍ରେମରେ ରଖିଛି ଶହେ ରୁ ଶହେ’ର ରୋମାଂଟିକ୍ ଗୀତ ହୃଦୟ ଏବେ ରିଲିଜ୍ ହୋଇଛି । ଗୀତରେ ଫିଲ୍ମର ଲିଡ୍ ରିୟା ଓ ଜ୍ୟୋତିଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର । ଆଉ ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି, ଦୀପ୍ତିରେଖା ଓ ଶବିଶେଷଙ୍କ ମନଛୁଆଁ ଗାୟିକି ।
ସିନେମାଟି ଓଡିଆ ଦର୍ଶକଙ୍କୁ ଢେର୍ ପସନ୍ଦ ଆସିଥିବାବେଳେ, ରିୟା ଓ ଜ୍ୟୋତିଙ୍କ ଯୋଡି ବି ଓଲିଉଡ୍ ସିନେପ୍ରେମୀଙ୍କୁ ଇମ୍ପ୍ରେସ୍ କରିବାରେ ସଫଳ ହୋଇ ପାରିଛି ।