Only for Entertainment

ସ୍ୱାଧୀନତା ସଂଗ୍ରାମୀ ରଘୁ ସରଦାରଙ୍କ ଜୀବନୀକୁ ନେଇ ଆସୁଛି ବାୟୋପିକ ଫିଲ୍ମ , ଆରମ୍ଭ ହେଲା ସୁଟିଂ !

16

ଲଭ-ରୋମାନ୍ସ ଠାରୁ ନେଇ ଆକ୍ସନ ଥ୍ରୀଲର ପର୍ଯ୍ୟନ୍ତ ଓଲିଉଡରେ ପ୍ରସ୍ତୁୂତ ହେଉଛି ଭଳିକି ଭଳି ଫିଲ୍ମ । ଦର୍ଶକଙ୍କ ପାଖକୁ ଏଥର ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ନେଇ ଆସୁଛନ୍ତି ନିର୍ଦ୍ଦେଶକ ରାଜୀବ ମହାନ୍ତି । ରଘୁ ସରଦାରଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଏହି ଫିଲ୍ମ ।

ସ୍ୱାଧୀନତା ସଂଗ୍ରାମୀ ରଘୁ ସରଦାରଙ୍କ ଜୀବନୀକୁ ନେଇ ଆସୁଛି ଏହି ବାୟୋପିକ ଫିଲ୍ମ । ରଘୁ ସରଦାର କେମିତି ଇଂରେଜ ବିରୋଧରେ ଆନ୍ଦୋଳନ କରିଥିଲେ । ଦେଶ ସ୍ୱାଧୀନତା ପାଇଁ ତାଙ୍କର ଭୁମିକା କଣ ରହିଥିଲା ତାକୁ ନେଇ ପ୍ରସ୍ତୁୂତ ହୋଇଛି ଫିଲ୍ମ ସହିଦ ରଘୁ ସରଦାର । ମୁଖ୍ୟ ଭୂମିକାରେ ଦେବାଶିଷ ଓ କାବ୍ୟା କିରଣଙ୍କ ଅଭିନୟ ରହିଛି । ବହୁ ଦିନର ବ୍ୟବଧାନ ପରେ ଫିଲ୍ମ ମଇଦାନକୁ ଫେରୁଛନ୍ତି ଦେବାଶିଷ । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଓ ସୋସିଆଲ ମିଡିଆରେ କିଛି ଫଟୋକୁ ଜାରି କରାଯାଇଛି ।

ଦେବାଶିଷ, କାବ୍ୟାଙ୍କ ବ୍ୟତୀତ ସନ୍ତୋଷ, ସୁଧାକର ବସନ୍ତ, ପିଂଟୁ ନନ୍ଦ, ବିଜୁ ବଡଜେନାଙ୍କ ଅଭିନୟ ଦେଖିବାକୁ ମିଳିବ ଏହି ଫିଲ୍ମରେ । ତେବେ ନିର୍ଦ୍ଦେଶକ ରାଜୀବ ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଳାଇଥିବାବେଳେ ଫିଲ୍ମରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More