Only for Entertainment

ଟୋକାଟା ଫସିଗଲାରେ ଫିଲ୍ମରେ ମାୟାରେ ବାୟା ଗୀତ ହେଲା ଭାଇରାଲ, ଦର୍ଶକ କରିଲେ ପସନ୍ଦ !

youtube
0 66

ଆଗାମୀ ଫିଲ୍ମ ‘ଟୋକାଟା ଫସିଗଲା’କୁ ନେଇ ଏବେ ଓଲିଉଡରେ ଢେର୍ ଚର୍ଚ୍ଚା । ଏହି ଫିଲ୍ମରେ ଦ୍ୱିତୀୟ ଥର ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ରୋମାନ୍ସ କରିବାରେ ଦେଖିବାକୁ ମିଳିବ । ଦୁହିଁଙ୍କ ଭିତରେ ପୁଣିଥରେ ଜବରଦସ୍ତ ଲଭ – ରୋମାନ୍ସ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଯାହାର କିଛି ଝଲକ ଫିଲ୍ମର ପ୍ରଥମ ଟିଜର୍ ପ୍ରୋମରେ ଦେଖିବାକୁ ମିଳିଛି । ଏକ ହୋଲି ସିକ୍ୱେନ୍ସକୁ ନେଇ ଏହି ରୋମାଂଟିକ୍ ଟିଜର୍ ରିଲିଜ୍ କରିଛନ୍ତି ମେକର୍ ।

 

 

ଫିଲ୍ମଟି ଏକ ରୋମାଂଟିକ୍ କେମଡି କାହାଣୀକୁ ନେଇ ଗତିଶୀଳ ହୋଇଥିବାବେଳେ ଏଥିରେ ଅଭିନେତା ପପୁ ପମ୍ ପମ୍, ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଏକ ଜବରଦସ୍ତ ଫନି ଟ୍ରାକ ମାୟା ରେ ବାୟା ଏବେ ଓଲିଉଡରେ ଭାଇରାଲ୍ ହେବାରେ ଲାଗିଛି । ଓଲିଉଡ ଷ୍ଟାର୍ ଏହି ଗୀତରେ ପର୍ଫମ୍ କରିବାର ଦେଖିବାକୁ ମିଳୁଛି । ଆଉ ସୋସିଆଲ୍ ମିଡିଆରେ ବି ଏହି ଗୀତର ଚାହିଦା ବଢୁଥିବା ଦେଖିବାକୁ ମିଳିଛି । ଏହି ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଏବେ ରିଲିଜ୍ ଅପେକ୍ଷାରେ ରହିଛି । ରଥଯାତ୍ରା ଅବସରରେ ମୁକ୍ତିଲାଭ କରିବ ଟୋକାଟା ଫସିଗଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More