Only for Entertainment

ଅନୁଷ୍ଠିତ ହୋଇଯାଇଛି ଅପକମିଂ ସିନେମା‘ତୁ ମୋ ହାର୍ଟ ବିଟ୍’ର ଶୁଭ ମହୁରତ ।

youtube
0 37

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ରିଭେଂଜ – ଡ୍ରାମା କାହାଣୀକୁ ନେଇ ଚଳଚ୍ଚିତ୍ର ‘ତୁ ମୋ ହାର୍ଟ ବିଟ୍’ । ନିକଟରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । ଏହି ଫିଲ୍ମରେ ନ୍ୟୁକମର୍ ଷ୍ଟାର୍ ରୁଦ୍ରାଂଶ ଓ ମଧୁସ୍ପ୍ରିୟାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ରୋମାଂଟିକ୍ ଫିଲ୍ମ ‘ତୁ ମୋ ହାର୍ଟ ବିଟ୍’ । ଏକ ନିଆରା ପ୍ରେମକାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବାକୁ ଯାଉଛି । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଯାଇଛି । ଫିଲ୍ମରେ, ମୁଖ୍ୟ ଭୂମିକାରେ ନବାଗତ ଷ୍ଟାର୍ ରୁଦ୍ରାଂଶ ଓ ମଧୁସ୍ପ୍ରିୟା ଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୁଦ୍ରାଂଶ ଓ ମଧୁସ୍ପ୍ରିୟା ।

ଚନ୍ଦ୍ରଶେଖର୍ ଫିଲ୍ମସ୍ ବ୍ୟାନର୍ରେ ଏହି ସିନେମାର କାହାଣୀ ଓ ନିର୍ଦ୍ଦେଶନା ଦେବେ ଅମର ଅମରେନ୍ଦ୍ର । ଫିଲ୍ମର ପ୍ରଯୋଜନା କରୁଛନ୍ତି ଲୋକନାଥ ଦାଶ । ଏହି ରୋମାଂଟିକ୍ ଚଳଚ୍ଚିତ୍ରର ସଂଳାପ ଓ ସ୍କ୍ରିନ୍ପ୍ଲେ ଦେଇଛନ୍ତି ଜିତେନ୍ଦ୍ର କୁମାର୍ ବରାଳ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇବେ ପ୍ରଶାନ୍ତ ପାଢି । ଖୁବ ଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More