Only for Entertainment

ଆମାଜନ୍ ପ୍ରାଇମ ଭିଡିଓରେ ଓଡିଶାର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ‘ତୁଳସୀ ଅପା’ !

51

ଆମାଜନ୍ ପ୍ରାଇମ୍ ଭିଡିଓରେ ‘ତୁଳସୀ ଅପା’ । ଦିବଂଗତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସ୍ୱର୍ଗୀୟ ଅମିୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ତଥା ଓଡିଶାର ପ୍ରଥମ ବାଓପିକ୍ ‘ତୁଳସୀ ଅପା’ ସ୍ଥାନ ପାଇଛି ଆମାଜନ୍ ପ୍ରାଇମ୍ ଭିଡିଓରେ । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା ଓ ଅନେକ ପ୍ରଶଂସା ସାଉଁଟିଥିବା ‘ତୁଳସୀ ଅପା’କୁ ଏବେ ବିଶ୍ୱର ସବୁ ଦେଶର ଦର୍ଶକ ଦେଖିବାର ସୁଯୋଗ ପାଇବେ । ସେହିପରି ଓଡିଶାର ଯେଉଁ ଦର୍ଶକ ସିନେମା ହଲରେ ଏହାକୁ ଦେଖି ପାରି ନାହାଁନ୍ତି, ସେମାନେ ମଧ୍ୟ ଏବେ ଏହାକୁ ଦେଖି ପାରିବେ ।

ଓଡିଶାର ପ୍ରଖ୍ୟାତ ଆଦିବାସୀ ନେତ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀକୁ ନେଇ ୨୦୧୫ରେ ପରଦାକୁ ଆସିଥିଲା ଏହି ଫିଲ୍ମ । ଏହି ନିଆରା ଚଳଚ୍ଚିତ୍ରଟି ଓଡିଶା ୬ଟି ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ହାତେଇ ଥିଲା । ଏହାସହ ତେହରାନ, ବେଙ୍ଗାଲୁରୁ, କୋଲକାତା ଫିଲ୍ମ ଫେଷ୍ଟିବାଲ୍ରେ ଅଫିସିଆଲ୍ ଏଂଟ୍ରି ଭାବେ ପ୍ରଦର୍ଶୀତ ହୋଇଛି ଏହି ସିନେମାଟି । ଶିମଲା ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ଏହି ସିନେମାଟି ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା । ତୁଳସୀ ମୁଣ୍ଡାଙ୍କ ଭୂମିିକାରେ ବଳିଷ୍ଠ ଅଭିନୟ କରିଥିବା ବର୍ଷା ପଟ୍ଟନାୟକ, ହରିୟାଣା ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାତେଇଥିଲେ ।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ‘ତୁଳସୀ ଅପା’ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିବେବେଳେ ପ୍ରେମାଂଜନ ପରିଡା, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାସ, ମଧୁସ୍ମିତା, ଲୋଚନୀ ବାଗ୍, ମମତା ପଣ୍ଡା, ସୁଜିତ ପାଇକରାୟଙ୍କ ନିଖୁଣ ଅଭିନୟ ଏହି ସିନେମାକୁ ବଳିଷ୍ଠ କରିଛି । ସ୍ୱର୍ଗତ ଅମିୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାର ପ୍ରଯୋଜନା କରିଥିଲେ ତାଙ୍କ ପୁଅ ତଥା ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More