ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ କାହାଣୀକୁ ନେଇ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ । ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଏବେ ସିନେମାର ଏକ ରୋମାଂଟିକ୍ ଗୀତର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି । ଏହି ରୋମାଂଟିକ୍ ଗୀତର ଟାଇଟେଲ୍ ରହିଛି ‘ଆଇ ୱାନା ଡାଏ ଡାର୍ଲିଂ’ । ଏଠାରେ ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ନଜର ଆସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର୍ ଓ ଦୀପ୍ତିରେଖା । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ଆଉ ଗୀତର ଲିରିକ୍ସ ଦେଇଛନ୍ତି ଗୀତିକାର ବସନ୍ତରାଜ ସାମଲ୍ ।
ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଥିବାବେଳେ ସିନେମାରେ ନାୟକ ଭାବେ ଜ୍ୟୋତି ଓ ଅମ୍ଳାନଙ୍କୁ ଦେଖିବାକୁ ମିଳିବ । ଆଉ ଏହି ସିନେମାରେ ନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ଆଉ ଏହି ଗୀତରେ ଏହି ତିନିଜଣଙ୍କ ମଧ୍ୟରେ ଟ୍ରାଙ୍ଗୁଲାର୍ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ରିସ୍ତା ୱେଭସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’