Only for Entertainment

ରିଲିଜ୍ ହେଲା ଓଡିଆ ସର୍ଟ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ପ୍ରେମଲୀଲା’

youtube
84

କଳିଙ୍ଗ ଇତିହାସର ଜଣେ ରାଜା ମହେନ୍ଦ୍ର ଖଡ୍ଗଧାରୀଙ୍କ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ପ୍ରେମଲୀଳା । ଓଡିଆ ୱାନ୍ ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ରେ ମୁକ୍ତିଲାଭ କରିଛି ଏହି ମ୍ୟୁଜିକ୍ ଭିଡିଓଟି । ରାଜା ମହେନ୍ଦ୍ର ଶିକାର୍ କରିବାକୁ ଯାଇ କିଭଳି ନିଜେ ପ୍ରେମର ଶୀକାର ହୋଇଥିଲେ ତାହା ଦେଖିବାକୁ ମିଳିଛି ଏହି ମ୍ୟୁଜିକ୍ ଭିଡିଓରେ । ଏହି ରୋମାଂଟିକ୍ ଭିଡିଓରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଶୁଭମ୍ ଓ ରୁପ୍ । ଏହି ମ୍ୟୁଜିକ୍ ଭିଡିଓ ଜରିଆରେ ଅଭିନୟରେ ଏଂଟ୍ରି କରିଛନ୍ତି ଶୁଭମ୍ ଓ ରୁପ୍ । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ୍ ନିଜାମ୍ । ଗୀତରେ ଦମଦାର୍ ସଙ୍ଗୀତ ସାଙ୍ଗକୁ ଜବରଦସ୍ତ ଲିରିକ୍ସ ମଧ୍ୟ ଶୁଣିବାକୁ ମିଳିଛି । ଏହି ରୋମାଂଟିକ୍ ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ତପୁ ନାୟକ । ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ସଶାଙ୍କ ଶେଖର । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଦୁ । ଏହି ଗୀତର ପ୍ରଯୋଜନା କରିଛନ୍ତି ସମରେଶ ରାଉତରାୟ ।

ଏକ ଏପିକ୍ ସାଗା କୁ ନେଇ ପ୍ରସ୍ତୁତ ହୋଇଛି ଏହି ଭିଡିଓଟି । ଏଥିରେ ଏକ ସର୍ଟ ଷ୍ଟୋରୀ ସ୍ଥାନ ପାଇଛି । ଏକ କାଳ୍ପନିକ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି ଏହି ଗୀତ । ଯାହା ସ୍ରୋତାଙ୍କୁ ପସନ୍ଦ ଆଶୁଥିବା ଦେଖିବାକୁ ମିଳୁଛି ।
ରିଲିଜ୍ ହେଲା ଓଡିଆ ସର୍ଟ ଲଭ୍ଷ୍ଟୋରୀ ‘ପ୍ରେମଲୀଲା’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More