Only for Entertainment

ରିଲିଜ ହେଲା ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘କହିଦେ କହିଦେ’, ଦେଖିବାକୁ ମିଳିଲା ରାଜସ୍ମିତା-ମନିଷଙ୍କ ଜବରଦସ୍ତ କେମେଷ୍ଟ୍ରି

you tube
415

ୟୁଟୁବରେ ମୁକ୍ତିଲାଭ କଲା ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘କହିଦେ କହିଦେ’ । ନୋଟବୁକ୍ ଆଲବମର ଏହି ଗୀତଟିକୁ ରିଲିଜ୍ କରିଛନ୍ତି ଭି-ଟ୍ୟୁନ୍ ପ୍ରୋ ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ । ଗୀତରେ ନାୟିକା ଭାବେ ଓଡିଶାର ଡ୍ୟାନ୍ସିଂ ଷ୍ଟାର୍ ରାଜସ୍ମିତା କରଙ୍କୁ ଦେଖିବାକୁ ମିଳିଛି । ଆଉ ଏଥିରେ ନାୟକ ଭାବେ ମନିଷ ପୁରୋହିତ୍ ଆସିଛନ୍ତି ନଜର ।

ଏହି ଗୀତରେ ଏକ ନିଆରା ଲଭ୍ ଷ୍ଟୋରୀକୁ ଏହି ଗୀତରେ ସ୍ଥାନ ଦିଆ ଯାଇଛି । ଏହି ରୋମାଂଟିକ୍ ମ୍ୟୁଜିକ୍ ଭିଡିଓରେ କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ଦଳେଇ । ପ୍ରେମ କାହାଣୀ, ଆକର୍ଷଣୀୟ ସଙ୍ଗୀତ ଆଉ ତା-ସହ ମନଛୁଆଁ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ସ୍ୱୟମ୍ ପାଢୀ ଓ ଗୀତଙ୍କ ଆକର୍ଷଣୀୟ ଗାୟିକୀ ଏହି ଗୀତରେ ଶୁଣିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ୍ – ନିଜାମ୍ । ଗୀତର ଲିରିକ୍ସ ଦେବା ସହ ଏହାକୁ କମ୍ପୋଜ୍ କରିଛନ୍ତି କଣ୍ଠଶିଳ୍ପୀ ଗୀତ୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ମଧ୍ୟ ରାଜସ୍ମିତା -ମନିଷଙ୍କୁ ଏକ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More