Only for Entertainment

ରିଲିଜ ହେଲା ‘ସେଲଫିସ୍ ଦିଲ୍’ର ଟାଇଟେଲ ଟ୍ରାକ

facebook
156

ଓଲିଉଡରେ ପ୍ରସ୍ତୁତ ହୋଇଛି ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ସେଲଫିସ୍ ଦିଲ୍’ । ଫିଲ୍ମର ପ୍ରଥମ ଗୀତ ‘ସେଲ୍ଫିସ୍ ଦିଲ୍’ ରିଲିଜ୍ ହୋଇଛି । ସିନେମା ଜରିଆରେ ଓଲିଉଡରେ ପାଦ ରଖିବାକୁ ଯାଉଛନ୍ତି ନବାଗତ ନାୟକ ଶ୍ରେୟାନ୍ । ଯିଏ କି ଏହି ସିନେମାରେ ଶକ୍ତି ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ଶ୍ରେୟାନଙ୍କ ଦମଦାର୍ ଆକ୍ସନ୍ ଓ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିବ । ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଓଲିଉଡ୍ ସୁନ୍ଦରୀ ସୂର୍ଯ୍ୟମୟୀ ଆସିବେ ନଜର । ଦୁହିଁଙ୍କ ଭିତରେ ରୋମାନ୍ସ ଦେଖିବାକୁ ମିଳିଛି ରିଲିଜ୍ ହୋଇଥିବା ଟାଇଟେଲ୍ ଟ୍ରାକରେ ।

ଆକର୍ଷଣୀୟ ଲୋକସନ୍, କଲରଫୁଲ୍ କଷ୍ଟ୍ୟୁମ୍ ଏହି ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗରଙ୍କ ମ୍ୟାଜିକାଲ୍ ଭଏସ୍ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୌମିତ୍ରି ପଲାଇ । ଆଉ ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଗୀତଟି ଓଡିଆ ସ୍ରୋତାଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଚଳଚ୍ଚିତ୍ର ସେଲ୍ଫିସ୍ ଦିଲରେ ଶ୍ରେୟାନ୍ ଓ ସୂର୍ଯ୍ୟମୟୀଙ୍କ ବ୍ୟତୀତ ବିଜୟ ମହାନ୍ତି, ସଲିଲ୍ ମିତ୍ର, ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ରୋମାଂଟିକ୍ – ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ସେଲଫିସ୍ ଦିଲର ପ୍ରଯୋଜନା କରିଛନ୍ତି ହେମନ୍ତ ନାୟକ । ଆଉ ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ । ଆସନ୍ତା ମେ- ୩ରେ ମୁକ୍ତିଲାଭ କରିବ ସେଲଫିସ୍ ଦିଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More