Only for Entertainment

ହୃଦ୍‌ଘାତରେ ଓଡ଼ିଆ ଧାରାବାହିକ ଅଭିନେତା ସୁନୀଲ ନାୟକଙ୍କ ପରଲୋକ

google
39

ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନୀଲ ନାୟକଙ୍କ ପରଲୋକ ହୋଇଛି। ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଏକ କମେଡି ଧାରାବାହିକର ସୁଟିଂ ସେଟ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

s

ବହୁ ଟେଲି କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ସୁନୀଲଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଟେଲି ଓ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି। ଡୁନ୍ ଭାଇ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସୁନୀଲ ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More