Only for Entertainment

ଫିଲ୍ମରୁ ଅଫର ତ ଆସୁଛି ହେଲେ ମନପସନ୍ଦ ଭୂମିକା ମିଳୁନି : ଛନ୍ଦିତା

facebook
93

ଟେଲି ଦୁନିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ଛନ୍ଦିତା । ସେ ଇତିମଧ୍ୟରେ ବେଶ କେତୋଟି ମେଗା ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଛନ୍ତି । ଖାଲି ସେତିକି ନୁହେଁ ସେ ଯାତ୍ରାରେ ବି ନାୟିକା ବନିଛନ୍ତି । କିନ୍ତୁ ଏଯାଏଁ ବଡ଼ ପରଦାରେ ଲିଡ ରୋଲରେ ନଜର ଆସିନାହାନ୍ତି ।

ଛନ୍ଦିତା ମନଛୁଆଁ ଗୀତ ଓ ମନ ମାନେନା କାର୍ଯ୍ୟକ୍ରମରେ ଆଙ୍କରିଂ କରି ଟେଲି ଦୁନିଆଁରେ ପରିଚିତା ହୋଇଥିଲେ । ତେବେ ରୋହିତ ଗାନ୍ଧୀ ଛନ୍ଦିତାଙ୍କୁ ନିଜ ପ୍ରଯୋଜିତ ‘ଦାସୀ’ ମେଗା ଧାରାବାହିକରେ ପ୍ରଥମେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଏହାପରେ ତାଙ୍କୁ ‘ବୋହୁ’, ‘କିଏ ସାତ କିଏ ସତର’, ‘ଦୁର୍ଗା’ ଓ ‘ତୋ ଅଗଣାର ତୁଳସୀ ମୁଁ’ ଆଦି ମେଗା ସିରିଅଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଛନ୍ଦିତା । ତେବେ ଛନ୍ଦିତା କାହିଁକି ଏଯାଏଁ ବଡ଼ ପରଦାରେ ଲିଡ ରୋଲରେ ନଜର ଆସିନାହାନ୍ତି, ଜାଣନ୍ତି କି!

chandita1

ଏ ସମ୍ପର୍କରେ ଛନ୍ଦିତାଙ୍କ କହିବାର କଥା, ଫିଲ୍ମରେ ଅଭିନୟ କରିବାର ଇଚ୍ଛା ତ ଅଛି, ହେଲେ ମନ ପସନ୍ଦ ଚରିତ୍ର ମିଳୁ ନଥିବା ହେତୁ ସେ ବଡ଼ ପରଦାରେ କାମ କରି ନାହାନ୍ତି । ତାଙ୍କ ପାଖକୁ ଅଫର ତ ଆସୁଛି, ହେଲେ ତାହା ପସନ୍ଦ ହୋଇନି ବୋଲି କୁହନ୍ତି ଛନ୍ଦିତା । ତାଙ୍କ ଭାଷାରେ ବାଘର ଲାଞ୍ଜ ହେବା ଅପେକ୍ଷା ବିରାଡ଼ିର ମୁଣ୍ଡ ହେବା ଭଲ । ତେବେ ଦେଖାଯାଉ ଛନ୍ଦିତାଙ୍କୁ ତାଙ୍କ ମନ ପସନ୍ଦର ଭୂମିକାରେ କେବେ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More